STORYMIRROR

Kalyani Hota

Tragedy

4  

Kalyani Hota

Tragedy

ମୁକ୍ତି ର ପ୍ରୟାସ

ମୁକ୍ତି ର ପ୍ରୟାସ

1 min
22.6K

            

କରେ ମୁଁ ଯୋଡ ହସ୍ତେ ଦଣ୍ଡବତେ

ଛାଡ଼ିଦିଅ ମୋତେ ଆଜି ଏକାନ୍ତେ

ଟାଣିବି ନାହିଁ ସୀମନ୍ତେ ସିନ୍ଦୂର

ହେବିନାହିଁ ମୁଁ କାହାର ନିଜର

ଗୋଡର ବୋଝ ସବୁ ଉତାରିବି

ଝୁଣ୍ଟିଆ ପାଉଁଜି ମୁଁ ଖୋଲିଦେବି

ଏହାର ରୁଣୁଝୁଣୁ ଶବ୍ଦ ଝଙ୍କାର

ଲାଗୁଛି ମୋତେ ବିରକ୍ତିକର

ଉଡିଯିବି ଆଜି ଆକାଶ ବଳୟେ

ବଞ୍ଚିବି ଟିକେ ନିଜ ପରିଚୟେ

କର୍ମର ବୋଝକୁ ମୁଠା ମୁଠା ଚୁଡ଼ି

ଭୋଗ୍ୟା କାମିନୀର ରୂପ ସଜ୍ଜାଡି

ପାରିବିନି ଆଉ ବଳୁନାହିଁ ମନ

ଲୋଡାନାହିଁ ମୋତେ ବୃଥା ଆଶ୍ଵାସନ

ଅନ୍ୟପାଇଁ ଆଉ ନିଜକୁ ସଜାଇ

ଥକିଗଲି ମୁଁ ମୁକ କଣ୍ଢେଇ

ସତରେ ମୁଁ ନୁହେଁ କାହାର ସ୍ତ୍ରୀ

ଝିଅ ଭଉଣୀ ମୁଁ ନୁହେଁ କାହାରି

ନୁହେଁ ମୁଁ କାହାର ବୋହୂ ଭୂଆସୁଣୀ

ହେବିନାହିଁ ଆଉ କାହା ଜନନୀ

ଲୋଡା ନାହିଁ ମୋତେ ପରିଚୟ ଆଉ

ଦସ୍ତାବିଜ୍ ସବୁ ରଖ ଥାଉ ଥାଉ

ଛାଡ଼ିଦିଅ ମୋତେ ଆଜି ଏକାନ୍ତେ

ବିସ୍ତିର୍ଣ୍ଣ ଗଗନେ ଉଡିବି ନିଶ୍ଚିନ୍ତେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy