ମୁଖବନ୍ଧ
ମୁଖବନ୍ଧ
ପ୍ରେମ ପ୍ରଣୟର ମଧୁଝରା କଥା
ବାକି ରହିଗଲା ସପନେ
ପ୍ରେମ ପ୍ରତିଜ୍ଞାର ପ୍ରତିଶୃତି ବ୍ୟଥା
କହି ପାରିଲିନି ଗୋପନେ ।
ଶବ୍ଦ-ପଦ ତୋଳୁଥିଲେ ଛନ୍ଦ-ମକରନ୍ଦ
ଶର୍ବରୀ କୋଳେ ଶୟନ
ନିଦର ଠିକଣା ଲାଗେ ବାଟବଣା - ଅଳିନ୍ଦ
ମଧୁଶଯ୍ୟା ଶୁଙ୍ଘେ ବସନ ।
ପ୍ରେମରେ ଆନନ୍ଦ ବିଚ୍ଛେଦେ ନିରାନନ୍ଦ
ପ୍ରଣୟ-ପ୍ରତାରଣା ରହସ୍ୟ
ମଖମଲି ହସ ଖେଳେ ଓଠତୁଠ ମୁଖବନ୍ଧ
ଛାତି ତଳେ ରୁଧିର ଅଟ୍ଟହାସ୍ୟ ।
ନିଃଶବ୍ଦ ନିକ୍ୱଣ ବାଜେ ରୁଣୁଝୁଣୁ ସ୍ୱନ
ଛାତିତଳେ ତୋଳେ ଶୂନ୍ୟତାର ଗର୍ତ୍ତ
ନୀରବ ନିଶିଥେ ନିଦ୍ରା ପରିହରି ମନ
ସୁବର୍ଣ୍ଣ ମୁହୁର୍ତ୍ତରେ ଆଉଟେ ଆବର୍ତ୍ତ ।
ଜୀବନ ଧାଉଁଛି କିନ୍ତୁ ମନ ମରିଛି ସରିଛି
ଭୁଲି ପାରୁନାହିଁ କେବେ
ଧସେଇ ପସୁଛି ପଚାରୁନି କେବେ କିଛି
ବସେଇ ଶୋଏଇ ଦଉନି ତେବେ ।
