STORYMIRROR

Panchanan Jena

Abstract

4  

Panchanan Jena

Abstract

ମୁଖବନ୍ଧ

ମୁଖବନ୍ଧ

1 min
249


ପ୍ରେମ ପ୍ରଣୟର ମଧୁଝରା କଥା

ବାକି ରହିଗଲା ସପନେ

ପ୍ରେମ ପ୍ରତିଜ୍ଞାର ପ୍ରତିଶୃତି ବ୍ୟଥା

କହି ପାରିଲିନି ଗୋପନେ ।


ଶବ୍ଦ-ପଦ ତୋଳୁଥିଲେ ଛନ୍ଦ-ମକରନ୍ଦ

ଶର୍ବରୀ କୋଳେ ଶୟନ

ନିଦର ଠିକଣା ଲାଗେ ବାଟବଣା - ଅଳିନ୍ଦ

ମଧୁଶଯ୍ୟା ଶୁଙ୍ଘେ ବସନ ।


ପ୍ରେମରେ ଆନନ୍ଦ ବିଚ୍ଛେଦେ ନିରାନନ୍ଦ

ପ୍ରଣୟ-ପ୍ରତାରଣା ରହସ୍ୟ

ମଖମଲି ହସ ଖେଳେ ଓଠତୁଠ ମୁଖବନ୍ଧ

ଛାତି ତଳେ ରୁଧିର ଅଟ୍ଟହାସ୍ୟ ।


ନିଃଶବ୍ଦ ନିକ୍ୱଣ ବାଜେ ରୁଣୁଝୁଣୁ ସ୍ୱନ

ଛାତିତଳେ ତୋଳେ ଶୂନ୍ୟତାର ଗର୍ତ୍ତ

ନୀରବ ନିଶିଥେ ନିଦ୍ରା ପରିହରି ମନ

ସୁବର୍ଣ୍ଣ ମୁହୁର୍ତ୍ତରେ ଆଉଟେ ଆବର୍ତ୍ତ ।


ଜୀବନ ଧାଉଁଛି କିନ୍ତୁ ମନ ମରିଛି ସରିଛି

ଭୁଲି ପାରୁନାହିଁ କେବେ

ଧସେଇ ପସୁଛି ପଚାରୁନି କେବେ କିଛି

ବସେଇ ଶୋଏଇ ଦଉନି ତେବେ ।


Rate this content
Log in

Similar oriya poem from Abstract