STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ମୁଖା

ମୁଖା

1 min
14.1K


ରବି ଶତପଥୀ


ଏଥର ହାଟରେ

ସରିଗଲା ସବୁ ମୁଖା

ଯାହାସବୁ

ଘରେ ପଡ଼ି ରହିଥିଲା

ଅନେକ ଦିନ ହେଲା l

କା’ଣ କିଣିଲେ କି

ନ କିଣିଲେ ସେମାନେ

ଅଥଚ ଫେରିଲା ବେଳକୁ

ବାଛି ନେଲେ

କିଛି କିଛି ମୁଖା

ନିଜ ନିଜ ମୁହଁ ମାପରେ l


ଏଥର ହାଟରେ

ଜଣେ ପଚାରିଲା

କିଏ ତିଆରି କଲା

ଏତେ ପ୍ରକାର ମୁଖା,

କିଏ ଶିଖେଇଲା

ବଦଳେଇବାର ଏତେ କୌଶଳ

ମୁଁ କହିବି କହିବି

ହେଲା ବେଳକୁ

ତା’ ମୁହଁରୁ ହଠାତ୍

ଖସି ପଡ଼ିଲା ମୁଖା,

ଆଉ ମୁଁ ହାତମାରି ଦେଖିଲି

ମୋ ‘ମୁଖା ଠିକ୍ ଅଛି ତ,

ଯେଉଁଟା ମୁଁ ସକାଳେ

ଲଗେଇଥିଲି ଆସିବାକୁ

ଆଜିର ହାଟକୁ ॥


ଏବେ ଚିହ୍ନି ହେଉନି କାହାକୁ

ପଚାରି ହେଉନି କିଛି,

ସବୁ ସଁବାଳୁଆ

ଏବେ ରଙ୍ଗୀନ ପ୍ରଜାପତି,

ସବୁ ମାଙ୍କଡ଼

ଏବେ ମହାପୁରୁଷ

ଆଉ ସବୁ ଅମରିଫୁଲ

ଏବେ ପେନ୍ଥା ପେନ୍ଥା ଗୋଲାପ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics