STORYMIRROR

Gouranga Patel

Inspirational Children

4  

Gouranga Patel

Inspirational Children

ମୁ ଗଛ କହୁଛି

ମୁ ଗଛ କହୁଛି

1 min
211


ଗାଁ ବାହାରେ

ରାସ୍ତାର ଉଭୟ କଡରେ

ଶିରିଶ, ଜାମୁକୋଳି, ନିମ୍ବ ଗୋଟାଏ ପରେ ଅନ୍ୟ

ମୁ ଆମ୍ବ ଗଛ, ବେଶ ଝଙ୍କାଳିଆ 

ଖାସ କରି ବଡ଼ ଶାଖାଟିଏ ତଳକୁ ନଇଁ ପ୍ରସାରିତ ହୋଇଥିଲା ।

ପ୍ରାୟତଃ ,

ବସି ହେଉଥିଲା ଭୂଇଁରୁ କୁଦାମାରି

ଧୁ ଧୁ ଖରା ବେଳେ

ପଥିକ ଆବୋରି ବସୁଥିଲେ

ଗଛ ଛାଇରେ ଥକା ମେଣ୍ଟାଇବା ସାଥେ ସାଥେ

ଦିପଦ ସୁଖ ଦୁଃଖ କଥା ହେଉ ହେଉ

ଥପ ଥପ ଆମ୍ବପଡେ !

ପାଚିଲା ଭାରି ସୁଆଦିଆ

ଜା'ହେଉ, ଗଉନ୍ତିଆବୁଢା ରୋପଣ କରିଥିଲା ମୋତେ ।

ତିନି ପୁରୁଷ ଦେଖିଲିଣି

ଆଚାର ପାଇଁ ଆମ୍ବ ତୋଳିନିଅନ୍ତି

ଆଉ ସ୍କୁଲ ଛୁଆମାନେ

ଟେକାପଥର, ବାଡ଼ି ଫିଙ୍ଗି ଆମ୍ବ ଝଡାନ୍ତି

ଦୁଃଖ ନାହିଁ ,

କୋଇଲିଟା ସବୁ ଦୁଃଖକୁ ଉଭାନ କରିଦିଏ

ମାଳ ମାଳ ପକ୍ଷୀ ବସନ୍ତି ମୋ ଦେହେ

ଆଶ୍ରା ପାଆନ୍ତି ।

ଖବର ଅଛି ମୋଠି

କେତେ କଥା ଆଖ ପାଖ ଗାଁର

ଭଲ ବି ମନ୍ଦ ବି

ମୁ କଥା କହିପାରେନି ଭଲ ହେଲା

ସଜୀବ ଏକ ବିଶାଳକାୟ ଗଛ ମୁ

ଏବେ ଲୋକ ମୋଟେ ବସୁନାହାନ୍ତି

ଛାଇ ଦରକାର ନାହିଁ ବୋଧେ!

ଅଥବା

ସମସ୍ତେ ଏତେ ବ୍ୟସ୍ତ ନା କ'ଣ ?

ଆଉ ନାହିଁ ଆଗଭଳି ମାଟିଗୋଡି ମିଶାରାସ୍ତା 

ସାଇଁକିନା ପିଚୁରାସ୍ତାରେ ଦି'ଚକିଆ ବାହାନ ସବୁ

ଚାଲିଯା'ନ୍ତି ମୋ ସାମ୍ନାରେ

କେବେ କେମିତି ନଜର ପକାନ୍ତି ଅବଶ୍ୟ

ମୋ ଆଡକୁ ହଁ ମୋତେ

ପରିବର୍ତନଶୀଳ ଦୁନିଆଁରେ, ମୁକସାକୀ ପାଲଟିଛି ମୁ

ଏବେ ଗାଈଗୋରୁ ସବୁ ଅକ୍ତିଆର କରିଛନ୍ତି ମୋ ସବୁଜ ଛତ୍ରକୁ,

ସେଦିନ ଝଡ଼ତୁଫାନରେ 

ଭାଙ୍ଗିଗଲା ତଳକୁ ନଇ ଦୋହଳୁଥିବା ମସ୍ତବଡ ଶାଖାଟା !

ଦୁଃଖ ଲାଗିଲା ସତରେ 

ବୁଢା ହେବାକୁ ଯାଉଛି, କେତେବର୍ଷ ଅବା ଏଇମିତି ଛିଡାହୋଇରହିଥିବି ?

ଗୋଟିଏ କଥା ଭଲ ହେଲା

ଅନ୍ୟର କାମରେ ଆସିପାରିଲି

ମୋ ଛାଇ କାହାକୁ ଆରାମ ଦେଲାତ କିଏ ମୋତେ ହତାହତ କଲା

ମୋ ଶ୍ରୁଷ୍ଟିତ ମଙ୍ଗଳକରିବା ପାଇଁ

ଦାଉ ଯେତେ ଆସୁ ବିନା ଦ୍ବୀଧାରେ 

କେବଳ ସହିବାପାଇଁ

ମୁ ଗୋଟିଏ ଗଛ

ଥୁଣ୍ଟା ହେଲା ପରେବି 

କାମରେ ଲାଗିବି

ଷୋହଳ ଅଣା, କଥାଟି ସତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational