STORYMIRROR

Kishore Nayak

Tragedy

3  

Kishore Nayak

Tragedy

"ମୃତ୍ୟୁ "

"ମୃତ୍ୟୁ "

1 min
251


ଜୀବନର ଅନ୍ୟ ଏକ ନାମ 

ଯେଉଁଠି ଜୀବନ ସେଇଠି ହିଁ ମୃତ୍ୟୁ 

ଜୀବନକୁ ନେଇ ମୃତ୍ୟୁ 

ଆଉ ମୃତ୍ୟୁକୁ ନେଇ ଜୀବନର ପରିକଳ୍ପନା 

ଜନ୍ମ ମୃତ୍ୟୁର ବୃତ୍ତ ଚକ୍ରରେ 

ଜୀବନ ଯଦି ସୃଷ୍ଟି ହୁଏ 

ମୃତ୍ୟୁ ହେଉଛି ବିନାଶ 

ଚକ୍ଷୁର ଅଦୃଶ୍ୟ ପଟଳରେ 

ମୃତ୍ୟୁ ତା'ର ଧାବମାନ 

କ୍ଷୀର ଲୋଭରେ 

ଧେନୁ ପଛେ ପଛେ ବତ୍ସା ଯେମିତି ଧାଉଁଥାଏ 

ଠିକ୍ ସେଇପରି 

ବୋଧ ହୁଏ 

କେଉଁ ଏକ ଅଦୃଶ୍ୟ ଶକ୍ତିର ନିର୍ଦେଶନାମାକୁ 

ପରିପାଳନ କରିବାର ଏକ ତୀବ୍ର ଦାୟିତ୍ୱବୋଧକୁ ନେଇ 

ଜୀବନ ପଛେ ପଛେ ମୃତ୍ୟୁ ବି ସେମିତି ଧାବମାନ l

ଜଣା ନାହିଁ 

ଜୀବନର ଶେଷ ପର୍ବ 

କେଉଁଠି, କେତେବେଳେ, ପୁଣି କେଉଁ ମୁହୂର୍ତ୍ତରେ 

ନା ତୁମେ ଜାଣିଛ ନା ମୁଁ ଜାଣିଛି 

ଏ ମୃତ୍ୟୁର ଠିକଣା 

ନା ତୁମେ ଦେଖିଛ ନା ମୁଁ ଦେଖିଛି 

ଏ ମୃତ୍ୟୁର ଅବୟବ ଆଉ ତା'ର ପ୍ରଦକ୍ଷିଣା l

ତେଣୁ ଏ ଦୁନିଆ ହେଉଛି 

ଛାଇ-ଆଲୁଅର ଏକ ମୁକ୍ତ ରଙ୍ଗମଞ୍ଚ 

ଆଉ 

ଦୁଇଟି ନିଆଁର ପରିଭାଷା 

ଗୋଟିଏ ଏନ୍ତୁଡ଼ି ଶାଳରେ 

ଆଉ ଗୋଟେ ମଶାଣି ଭୂଇଁରେ

ବାକି ସବୁ ସତ-ମିଛ ଅଭିନୟ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy