STORYMIRROR

Binaya Bhusan Panigrahi

Inspirational

2  

Binaya Bhusan Panigrahi

Inspirational

ମୋତେ କିଛି କରିବାର ଅଛି

ମୋତେ କିଛି କରିବାର ଅଛି

1 min
197


କିଶୋର କବିତା:


ମୋତେ କିଛି କରିବାର ଅଛି।

ପାଠପଢି ଆଗକୁ ବଢିବା ସହ

ଚରିତ୍ର ଗଠନ କରି

ସମସ୍ତଙ୍କ ଅନ୍ତର ବୁଝିଲା ଭଳି

ମଣିଷଟେ ବନେଇ ନିଜକୁ

କିଛି ଲୁହ ପୋଛିଦେଇ

କିଛି ହସ ବାଣ୍ଟିବାକୁ ଅଛି।।


ମୋତେ କିଛି କରିବାର ଅଛି।

ନିଜପାଇଁ, ନିଜର ମାନଙ୍କ ପାଇଁ,

ସ୍ୱଦେଶ-ସ୍ଵଜାତି ପାଇଁ,

ନିଜପର ନିର୍ବିଶେଷରେ

ସମର୍ପିତ ମନୋଭାବ ନେଇ

ମଣିଷ ସମାଜ ପାଇଁ କରିବାକୁ କିଛି

ଯାହା ହେବହେବ ବୋଲି

ଏଯାଏ ନ'ହେଇ ଅଧାରେ ଝୁଲୁଛି।।


ମୋତେ କିଛି କରିବାର ଅଛି,

ମୋ'ନିଜର ପେଟ ପିଠି ବ୍ୟତିରେକ

ସେମାନଙ୍କ ପାଇଁ,

ଯେଉଁମାନେ ଜୀବନ ବିତାନ୍ତି

ପେଟରେ ଭୋକକୁ ପୋଷି,

ଆକାଶକୁ ଛାତ ମାନିନେଇ,

ନିଜ ମୁଣ୍ଡରେ ଯିଏ ନିଜକୁ ଲଦିଛି।।


ମୋତେ କିଛି କରିବାର ଅଛି,

ଅଭାବକୁ ଭାଗ୍ୟ ଆଉ,

ରୋଗ-ଶୋକ-କଷଣକୁ ପ୍ରାରବ୍ଧ ମାନି

ଦୁଇହାତ ଉପରକୁ ଟେକି

ଅହର୍ନିଶ ଈଶ୍ୱରଙ୍କୁ

ନିଜପାଇଁ ମୃତ୍ୟୁ ମାଗୁଥିବା

ଲୋକଙ୍କ ମନରେ

ଜୀବନକୁ ଭଲପାଇବାର

ମୁରୁଜ ବୁଣିବାକୁ କିଛି।।


===©===

ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ହରସିଂହ ପୁର,ପିରହାଟ ବଜାର

ଭଦ୍ରକ-୭୫୬୧୩୧,ଓଡିଶା

୯୯୩୭୫୪୮୪୩୧

୯୪୩୮୬୭୦୧୨୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational