STORYMIRROR

Laxminarayan Sahoo

Comedy

2  

Laxminarayan Sahoo

Comedy

ମୋହ

ମୋହ

1 min
2.7K

କିଲେ ଅଧକିଲେ 

ମାଂସର ଫରମାସ

ଚମଡା ଉତୁରା ଛେଳି

ଟଙ୍ଗା ହୋଇଥିବା

କସେଇର ଦଦରା ଚାଳରେ ।


 କିଛି ଗରାଖଙ୍କ ଭିଡ଼ ସେଠି

ଶିଙ୍ଗ ଖୁରାକୁ ନିରେଖି

ଅଙ୍କ କଷାକଷି ।


 ମାଂସ କିଲୋ ଷାଠିଏ ଟଙ୍କା

(ଏବେ କିନ୍ତୁ ଛ'ଶହ ଟଙ୍କା)

ଗୃହିଣୀଙ୍କ ସଂକ୍ଷିପ୍ତ ତାଲିକା

କଡ଼ା ତାଗିଦ୍

ତଥାପି ପକେଟ୍ ଅଣ୍ଡାଳି ଅଣ୍ଡାଳି

ଭିଡ଼ ଭିତରେ ଫସି ରହିଛନ୍ତି

ଦାସ୍ ବାବୁ ।


 ବାହାରେ ଭିଡ଼ ଭିତରେ ଭିଡ଼

ଭିଡ଼ ଏପଟେ ମୋହ

ସେପଟେ ପ୍ରିୟତମାଙ୍କ ନାଲି ଆଖି ।


 ଯେଉଁ ପଟ ଅଘୋଷିତ ନିଷିଦ୍ଧାଞ୍ଚଳ

ସେଇଠି ବି କିଛି ଗରାଖ

କୁଣ୍ଠିତ ବରାଦ

ପୁଟା ଚମଡା ଫକସି

ଆଉ ଆଣ୍ଠୁ ତଳ ଗୋଡ଼ ।


 ବଡ଼ବାବୁଙ୍କ ପିଅନ ପରେ ପହଞ୍ଚିଲା

ବଡକୁହା ବଡପାଟିଆ

ସମସ୍ତଙ୍କ ଉତ୍ସାହ ଓ ପାଦ

ଟିକିଏ ଘୁଞ୍ଚି ଗଲା ପଛକୁ

କାରଣ ସିଏ ଆଗେ ନେବ

ଆଉ ବଛା ବଛା ।


 ସେପଟ କୋଣ ଖୁଣ୍ଟକୂ

ଆଉଜି ବସିଥାଏ ହୋଟେଲ ବଏ

ବିନା ବାଛବିଚାରରେ

ବୁଢ଼ୀ ହେଉ କି ଖାସି ହେଉ

ସେ ସବୁଠୂ ଅଧିକ ନିଏ

ଜମ୍ମାରୁ ପାଟି ଖୋଲେ ନାହିଁ

ତା ପାଇଁ କସେଇର ଭାରି ଦରଦ ।


 କିଛି କୁକୁରଙ୍କ ବି ମୋହ ସେଠି

ଫିଙ୍ଗି ଦେଉଥିବା ହାଡ଼ ଓ କାଟୁ କାଟୁ

ଛିଟିକି ପଡୁଥିବା ତୁକୁଡା ମାଂସରେ ।


 ଖଣ୍ଡ ମଣ୍ଡଳ କମ୍ପାଇ

ଶୁଭୁ ଥାଏ

ହାଣ ଖାଇବା ପାଇଁ

ପାଖରେ ବନ୍ଧା ହୋଇଥିବା

ଛେଳିଙ୍କ ମେଁ ମେଁ କୋହ

ସମସ୍ତଙ୍କ ମୋହ ସେଠି

ସେ ପୁଣି ମାଂସର ମୋହ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy