STORYMIRROR

DILIP KUMAR SAHOO

Inspirational

4.3  

DILIP KUMAR SAHOO

Inspirational

ମୋବାଇଲ

ମୋବାଇଲ

1 min
284



     ମୋବାଇଲ ଭଲା ମୋବାଇଲ

     ଖୋଲାହୁଏ କେତେ ପ୍ରୋଫାଇଲ

     କାଲିଥିଲା ସିଏ କଥା କୁହା ଯନ୍ତ୍ର

     ଆଜି ପାଲଟିଲା ଜୀଇଁବାର ମନ୍ତ୍ର

     ବଦଳାଇଦେଲା ଦୁନିଆବାସୀଙ୍କ

     ଭାବନାବ ଆଉ ଲାଇଫ୍ ଷ୍ଟାଇଲ

    ମୋବାଇଲ ଭଲା ମୋବାଇଲ ।


    ଯେବେଠୁ ଖୋଲିଲା ଫେସବୁକ

     ବଦଳି ଗଲାତ ଆଉଟ୍ ଲୁକ୍

    ପିଲା ଠାରୁ ବୁଢା ଏକ ଲୟରେତ

      କରୁଥାନ୍ତି ଖାଲି ଟୁକ୍ ଟୁକ୍

    ସ୍କ୍ରିନ୍ ଦେଖି କେବେ ଆଖି ଛଳଛଳ

      ଓଠେ ଭରିଯାଏ କେବେ ସ୍ମାଇଲ୍

    ମୋବାଇଲ ଭଲା ମୋବାଇଲ


   ଆରମ୍ଭ ଯେବେଠୁ ହ୍ୱାଟସଆପ୍

    ଖଟି ହୋଇଗଲା ସବୁ ଥପ୍

    ହ୍ୱାଟସଆପରେତ ଚାଟିଙ୍ଗି ମିଟିଂ

    ହେଉଅଛି ସବୁ ଗପ୍ ସପ୍

   ଭିଡିଓ କଲିଙ୍ଗି ଭ

ିଡିଓ ମେଲଙ୍ଗି

ନିତି ଖୋଲୁଥାଏ ନୂଆ ଫାଇଲ

  ମୋବାଇଲ ଭଲା ମୋବାଇଲ


  କରୋନା କୋପରେ ବିହି ବାମ

  ମୋବାଇଲ କରେ ସବୁ କାମ

  ପାଠପଢା ହୁଏ ଅନ୍ ଲାଇନରେ

  ପିଲାଏ ପଢନ୍ତି ମୋବାଇଲରେ

  ଭର୍ଚ୍ଚୁଆଲ୍ ସଭା ହୁଏ ୱେବିନାର୍

   ଯିବାକୁ ପଡୁନି ମାଇଲ୍ ମାଇଲ୍

  ମୋବାଇଲ ଭଲା ମୋବାଇଲ

   

   ବୁଢା ମାନଙ୍କର ଟାଇମ୍ ପାସ୍

  ଯୁବକମାନଙ୍କୁ ଦିଏ ଯୋଶ୍

  ମାଆମାନଙ୍କୁ ଏ ହେଉଛି ସାହା

   ପିଲାଙ୍କୁ ବୁଝାନ୍ତି ଧରାଇ ଏହା

   ପ୍ରେମିକ ପ୍ରମିକା ମଧୁର ଆଳାପ

   ଦିନ ରାତି ଖାଲି ବିଲିବିଲି 

   ମୋବାଇଲ ଆହା ମୋବାଇଲ ।


ବୁଢା ମାନଙ୍କର ସାଥୀ ମୋବାଇଲ

   ଛୁଆମାନଙ୍କର ଖେଳଣା

   ପ୍ରେମ କରିବାକୁ ଯୁବକ ଯୁବତୀ

   ତାଠାରୁ ପାଆନ୍ତି ପ୍ରେରଣା ।

   ମୋବାଇଲ ନଥିଲେ ଦୁନିଆ ଅନ୍ଧାର

   ମନହୁଏ ଖାଲି କିଲିବିଲି 

   ମୋବାଇଲ ଭଲା ମୋବାଇଲ

    


Rate this content
Log in

Similar oriya poem from Inspirational