ମୋବାଇଲ୍ ଯୁଗ
ମୋବାଇଲ୍ ଯୁଗ
ଆସି ଅଛି ଏବେ ମୋବାଇଲ ଯୁଗ
ବିଜ୍ଞାନର ବର ଦାନ
ପିଲା ଠାରୁ ବୁଢ଼ା କି ଗରୀବ ଧନୀ
ସଭିଏଁ ତାର ଅଧୀନ ।
ଦିନ ରାତି ସବୁ ସମୟରେ ପାଖେ
ପାଖେ ରହି ଥାଏ ଯାହା
ମୁହୂର୍ତ୍ତେ ମାତର ତାକୁ ନ ଦେଖିଲେ
ମନ ହୁଏ ଆକା ପାକା ।
ଅନୁଭୁତ ହୁଏ ସତେ କି ନିଜର
ଜୀବନ ଟି ତହିଁ ବନ୍ଧା
ମୋ ବାଇଲ୍ ଚିପା କାମରେ ସଭିଏଁ
ଭୁଲି ଯାନ୍ତି କାମ ଧନ୍ଦା ।
ଗୋରୁ ଗାଈ ବିକି ଆଣନ୍ତି ତା କିଣି
ଜମିକୁ ପକାନ୍ତି ବନ୍ଧା
ପାଗଳ ହୋଇଣ ତାହାରି ପ୍ରେମରେ
କରନ୍ତି ଅତି ଶରଧା ।
ଘର ଡିହ କେତେ ବନ୍ଧା ପକାଅନ୍ତି
ବିକି ଦ୍ୟନ୍ତି ସୁନା ରୂପା
ମୋବାଇଲ ମୋହେ ମନ ନିତି ଦହେ
ଲଭିବା ପାଇଁ ତା କୃପା ।
କେତେ ଯେ ଅନୀତି ବଢ଼ଇ ଦୁର୍ନୀତି
ସେଇ ମୋ ବାଇଲ ଯୋଗୁଁ
ଅନେକ ଅନେକ ପ୍ରକାରରେ ଲୋକ
ଉପକୃତ ତାହା ହେତୁ ।
ସେଇ ମୋବାଇଲେ ହେଉ ଅଛି ଇଲେ
ବେପାର ବଣିଜ ସବୁ
ଯେତେ ବଡ ବ୍ୟକ୍ତି ହେଉନା କାହିଁକି
କରେ ସେ ସଭିଙ୍କୁ କାବୁ ।
ଗେମ୍ ଖେଳିବାରେ ଭିଡିଓ ଦେଖାରେ
ଶିଶୁ ଏ ତହିଁରେ ବ୍ୟସ୍ତ
ବାବା ମାତା ଚେଲା ଚେଲିଆଣି କରେ
ଧରି ମଉଜରେ ମସ୍ତ ।
ବିଶ୍ବର ଯେତେକ ଅଶ୍ଳୀଳ ରୋଚକ
ଜ୍ଞାନ ବିଜ୍ଞାନ ଭଣ୍ଡାର
ପରିପୂର୍ଣ୍ଣ ତହିଁ ମନ ପ୍ରାଣ ମୋହି
ନିଏ ନିତି ମୋବାଇଲ ।
ଲକ୍ଷ ଲକ୍ଷ ଆପ ବାହାରି ତହିଁରେ
ହୁଅଇ ଡାଉନ୍ ଲୋଡ
ଲକ୍ଷ ଲକ୍ଷ ଖେଳ ସିନେମା ପିକଚର
ତାହାରି ଭିତରେ ଭିଡ ।
କେମେରା ଧରିକେ ସେଲିଫି ଉଠାଏ
କେ କରେ ଡାଉନ୍ ଲୋଡ
ହିସାବ କିତାବ ଦୁନିଆଁ ଖବର
ସବୁ ତହିଁ ଭର୍ ପୁର ।
ମୋ ବାଇଲେ ଇଲେ ପିଲା ଏ ପଢ଼ିଲେ
ଇସ୍କୁଲ କଲେଜ ପାଠ
ପାଠ ବାହାନାରେ ଲୁଚି ବସି ଦୂରେ
ଦେଖିଲେ ଲଙ୍ଗୁଳୀ ନାଟ ।
ପଢା ଲେଖା ପାଠ , ଟ୍ରେନିଙ୍ଗ , ମିଟିଙ୍ଗୀ
ହୁଏ ଇଲେ ମୋବାଇଲେ
କେଲେଣ୍ଡର ଠାରୁ କଲିଙ୍ଗି ଚାଟିଙ୍ଗି
ଦିଆ ନିଆ ସବୁ ବେଳେ ।
କେ ଶୁଣଇ ତହିଁ ଗୀତ , କେ ଦେଖଇ
ଭିଡିଓ ଯାତରା ଲୀଳା
ଅନ୍ତର ଜାଲରେ ଗୁପ୍ତ ଉପାୟରେ
ଦୂରରୁ ଦିଏ କେ କିଳା ।
ଫେମାଜ କବିତା କେ ଶୁଣେ ତହିଁରେ
ଏଫ୍ ଏ ମ ଶୁଣଇ କିଏ
ଯାତରା ସିନେମା ଦେଖା ଏବେ ସବୁ
ସେଇ ମୋ ବାଇଲେ ହୁଏ ।
ବ୍ୟାଙ୍କ କାମ ଯେତେ ବୀମା ଓ ବଚତ
ସୁନା ରୂପା କିଣା କିଣି
ଚାଟିଙ୍ଗି ଚିଟିଙ୍ଗି କଲିଙ୍ଗୀ ଡେଟିଙ୍ଗୀ
ଟ୍ରେଡିଙ୍ଗି ରିଡ଼ିଙ୍ଗି ପୁଣି ।
ୱାଟଆପରେ ଜନେ ମେସେଜ ପଠାନ୍ତି
କରନ୍ତି ଭିଡିଓ କଲ
ଫେସ୍ ବୁକୁ ରେ ଯେ ଲାଇକିଙ୍ଗି କରନ୍ତି
ଲେଖନ୍ତି ଚାଟ କମେଣ୍ଟ ।
ଇଉଟୁବୁରେ ଯେ ଫିଲିମି ଦେଖନ୍ତି
ପାଠ ପଢା ଯେତେ କାମ
ସବୁ ବେଳେ ଧରି ଇଉ ଟୁବୁ ଖୋଲି
ବଢେ ମୋ ବାଇଲି ପ୍ରେମ ।
ପ୍ରେମିକ ପ୍ରେମିକା ଚାଟିଙ୍ଗି ମିଟିଂଗି
ହୁଏ ଏହି ମୋବାଇଲେ
ଡେଟିଙ୍ଗି , ସେଟିଙ୍ଗି ଡ୍ରଇଇଙ୍ଗି ଷ୍ଟିଲିଙ୍ଗି
କାମ ତହିଁ ନିତି ଚାଲେ ।
ଚିକିତ୍ସା କରନ୍ତି ସେଇ ମୋବାଇଲେ
ଲେଖି ଥାନ୍ତି ଦରଖାସ୍ତ
ତାହାକୁ ଧରି କି ଛୁଆ , ଠୁ ସଭିଏଁ
ରହୁ ଛନ୍ତି ନିତି ବ୍ୟସ୍ତ ।
କାନ ରେ ଲଗାଇ ଚଳାଅନ୍ତି ଗାଡ଼ି
କିଏ ଟିକ ଟକ କରେ
ତାହାରି ପାଇଁକି ଲାଭ ବାନ ହେଲେ
ଠକ ଦଲାଲ ଓ ଚୋରେ ।
ଥଟା ମଜା ଅବା ବର କନ୍ୟା ଖୋଜା
ହୁଏ ସେହି ମୋ ବାଇଲେ
ବିଭା ଘର ମଧ୍ଯ ହୋଇ ସାରି ଲାଣି
ଭର୍ଚୁଆଲି ଏଇ କାଳେ ।
ନିଉଜୁ ଫିଉଜୁ ମାନ ପତ୍ର ଇସୁ
ଯେତେ ଯାହା ହୁଏ ତହିଁ
ମୋବାଇଲି ଯୁଗ ବଡ ମଜା ଲାଗେ
ନ ସରେ ତା ' ଗୁଣ ଗାଇ ।
