ମୋ ଶାଳୀ
ମୋ ଶାଳୀ
ଶାଳୀଟି ମୋହର ଚାଇଁ ଖରଖର
ମୁହେଁ ନାହିଁ ବାଡ଼ ବତା
ସୁନ୍ଦର ଟୋକାଟେ ଦେଖିଦେଲେ ବାଟେ
ବାଉଳା ହୁଏ ତା କଥା ।
ଫେସନ ବାଲି ସେ ଫେସନରେ ରସେ
ଅଣ୍ଟେନି ଗୋଟେ ଦୋକାନ
ଇଞ୍ଚେ ବହଳର ବୋଳେ ପାଉଡର
ବଦଳୁନି ତାର ବର୍ଣ୍ଣ ।
କେଉଁ କ୍ରିମ କଥା କହବିରେ ଭାଇ
ନାଆଁ ସବୁ ମୁଁ ଜାଣିନି
ଭାନିଟିଟା ତାର କ୍ରିମ ପରିପୂର୍ଣ୍ଣ
ଯେତେ ମାଖିଲେ ବି ସରେନି ।
ଭାବୁଛି ମନରେ ହେବ ହିରୋଇନ
ହିରୋଟେ ତାକୁ ମିଳୁନି
ଯେତେ ମାଖିହେଲେ ସାବୁନ ଅତର
ତା ରଙ୍ଗ ତ ବଦଳେନି ।
ଚେହେରାଟା ତାର କୋଇଲିଠୁ ବଳି
କିନ୍ତୁ, ଦିଶଇ ଭାରି ସୁନ୍ଦର
ଆଲୋକିତ ଘରେ ଠିଆ କରିଦେଲେ
ଘର ହୁଏ ଅନ୍ଧକାର ।
>
ଖାଇବାରେ ତାର ବାଡ଼ ବତା ନାହିଁ
ସରବ ଗିଳାରୁ ଗୋଟେ
ଏକା ବକତକେ ଦି କିଲୋ ଚିକେନ
ମଇଦା ନାନ ପଟେ ।
ଖଟା ଖାଇବାକୁ ଭାରି ପ୍ରିୟ ସେହୁ
ପାଟିରୁ ବହଇ ଲାଳ
ଶ୍ୱଶୁର ଘରକୁ ଗଲା ବେଳେ ମୁହିଁ
ନିଏ ମୁଁ ଆମ୍ବୁଲ ଫାଳ ।
ନନା ନନା କହି ହାମୁଡ଼େଇ ପଡେ
ମୋଜୀବନ ଯାଏ ଛାଡି
ସତେକି ପାହାଡ଼ ଫିଙ୍ଗିଲା ମାଙ୍କଡ଼
ସେତୁ ବନ୍ଧ ଦେଲା ଗଢି ।
ଶାଶୁ ଶ୍ୱଶୁରଙ୍କ ଅଲିଅଳି ଝିଅ
ବୟସରେ ସବା ସାନ
ଆକଟ କରିକି ପଦିଏ କହିଲେ
କରେ ଭାରି ଅଭିମାନ ।
ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ
ଅଛି ମୋର ଶାଳୀଟିଏ
ଯେଉଁ ଜୋଇଁଙ୍କର ଶାଳୀଟିଏ ନାହିଁ
କି କଷ୍ଟେ ଜୀବନ ଯାଏ ।