STORYMIRROR

KRUTIBAS NAYAK

Comedy

3  

KRUTIBAS NAYAK

Comedy

ମୋ ସାଙ୍ଗ

ମୋ ସାଙ୍ଗ

1 min
161


ପିଲାଦିନ ସାଙ୍ଗ ଭେଟ ହେଇଗଲା ଛକ ପାନ ଦୋକାନରେ,

ବେକରେ ଝଟକେ ମୋଟା ସୁନାହାର, ବାଲା ପିନ୍ଧିଛି ହାତରେ ।


ଦଶଟା କୁକୁର ତାକୁ ଘେରିଛନ୍ତି ହଲେଇ ତାଙ୍କ ଲାଙ୍ଗୁଳ,

କିଏ ତା' ହାତକୁ ଛାଟି ଛାଟି ପକାଉଛି କିଏ ହେଉଛି ବିକଳ ।


ବିସ୍କିଟ ପକେଟ ଖୋଲି ଢାଳିଦେଲା ଖାଇଲେ କୁକୁର ଦଳ,

ଜୀବେଦୟା ଦେଖି ମୋର ଦୁଇଆଖି ହେଇଗଲା ଚଳଛଳ ।


କହିଲା-ମୋ ସାଙ୍ଗ ପାଠ ସିନା ନାହିଁ କରୁଛି ନୂଆ ବେପାର,

ଭଲ ରୋଜଗାର ହଉଛି ଏଇଠି ଜମିବାଡ଼ି କାରବାର ।


ତୁ ସିନା ବସୁଛୁ ଅଫିସର ହେଇ ପିଅନ କିରାଣୀ ଧରି,

ଆମପାଖ କେହି ମାଡ଼ନ୍ତିନି କେବେ ରହନ୍ତି ସେ ଡରିମରି ।


ମନର ବାସନା ରହିଛି କିଏ ମୋ ଆଗ-ପଛ ହେଉଥାଉ, 

ଦଶଟା କୁକୁର ଲଙ୍ଗୁଳ ହଲାନ୍ତି ବଢିଥାଏ ମୋର ଭାଉ ।



Rate this content
Log in

Similar oriya poem from Comedy