STORYMIRROR

Nirmal Kumar

Abstract

2  

Nirmal Kumar

Abstract

ମୋ ପ୍ରିୟ ଭାରତବର୍ଷ

ମୋ ପ୍ରିୟ ଭାରତବର୍ଷ

1 min
284

ବିସ୍ତାରିତ ହୃଦୟ

ବିଛୁରିଯାଉଛି ସ୍ବପ୍ନ ସମ୍ଭାବନା ହର୍ଷଉଲ୍ଲାସ,

ଶାନ୍ତିର କପୋତ ଗୁଣୁଗୁଣାଉଛି

   ଗୋଟାଏ ଗୀତ

ମୋ ପ୍ରିୟ ଭାରତବର୍ଷ

କଳ କଳ ନିନ୍ନାଦିତ ଗଙ୍ଗା ଗୋଦାବରୀ

ସିନ୍ଧୁ ବ୍ରହ୍ମପୁତ୍ର କୃଷ୍ଣା କାବେରୀ ,

ସତେ ଛାତି ଚିରି ଝରୁଛି ଅମୃତ

ସେ ମୋର ଅତି ପରିଚିତ ,

ସେ ହିଁ ମୋର ଏକମାତ୍ର ଉଦ୍ଦେଶ୍ୟ

ମୋ ପ୍ରିୟ ଭାରତବର୍ଷ

ଲେପିଦିଅ ସାରା ଦେହମନ

ମହଣ ମହଣ ଅଗୁର ଚନ୍ଦନ,

ଗାଇଚାଲ ସମ୍ପ୍ରତି 

ଶାନ୍ତି ମୈତ୍ରୀ ପ୍ରେମ ପ୍ରୀତି,

ବଞ୍ଚିଥାଉ ଅହିଂସା ଯେ ମୂଳମନ୍ତ୍ର

ଶତ ଶତ ଦିନ ମାସ ବର୍ଷ,

କାଳେ କାଳେ ଶାନ୍ତ ଶୀତଳ

ମୋ ପ୍ରିୟ ଭାରତବର୍ଷ

ଗାଇଚାଲ ଶାନ୍ତି ମୈତ୍ରି

ପ୍ରେମ ପ୍ରୀତିର ଗାଥା ,

ବାଣ୍ଟିଚାଲ ଗୀତା ଭାଗବତ

ବାଇବେଲ କୋରାନର ବାର୍ତ୍ତା

ଛତି ଛାଡ ଛାତି ଚିରି

ବୋହିଯାଉ ମାନବତାର ରକ୍ତ,

ସେହି ରାମ ସେହି ଯୀଶୁ

ସେହି ଆଲ୍ଲା ସେହି ବିଷ୍ଣୁ

ଆମେ ଯାହା ବହୁ ବିଭାଜିତ ଭକ୍ତ

ଆକୁମାରୀ କାଶ୍ମୀର ଅଖଣ୍ଡ ଭାରତ

ଏକ ସ୍ବର ଏକ ଦେଶ,

ମୋ ପ୍ରିୟ ଭାରତବର୍ଷ

ଆସ ହୋ

ଜ୍ଞାନୀ ଗୁଣୀ ପ୍ରିୟ ପରିଜନେ

ହୃଦୟେ ମିଶାଅ ହୃଦୟ

ଶୂନ୍ୟ ଇଲାକା ଉଲ୍ଲସିତ ହେଉ

ଭରିଯାଉ ଶାନ୍ତି ସମତା ସ୍ନେହ ମମତା,

ବୁଣିଦିଅ ପ୍ରେମର ବୀଜ

ସବୁରି ମୁହଁରେ ଗୋଟାଏ ଭାଷା

ଏକତା ହିଁ ଏକତା

କାଶ୍ମୀରଠୁ କନ୍ୟାକୁମାରୀ

ଅଖଣ୍ଡ ଭାରତ ଅଜୟ ଦେଶ,

ଲମ୍ବିଛି ଯୋଜନ ଯୋଜନ

ଏକ ହୃଦୟ ଏକ ବିଶ୍ବାସ

ମୋ ପ୍ରିୟ ଭାରତବର୍ଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract