ପ୍ରିୟ ଭାରତବର୍ଷ
ପ୍ରିୟ ଭାରତବର୍ଷ
ବିସ୍ତାରିତ ହୃଦୟ
ବିଛୁରିଯାଉଛି ସ୍ବପ୍ନ ସମ୍ଭାବନା ହର୍ଷଉଲ୍ଲାସ,
ଶାନ୍ତିର କପୋତ ଗୁଣୁଗୁଣାଉଛି
ଗୋଟାଏ ଗୀତ
ମୋ ପ୍ରିୟ ଭାରତବର୍ଷ ।
କଳ କଳ ନିନ୍ନାଦିତ ଗଙ୍ଗା ଗୋଦାବରୀ
ସିନ୍ଧୁ ବ୍ରହ୍ମପୁତ୍ର କୃଷ୍ଣା କାବେରୀ ,
ସତେ ଛାତି ଚିରି ଝରୁଛି ଅମୃତ
ସେ ମୋର ଅତି ପରିଚିତ ,
ସେ ହିଁ ମୋର ଏକମାତ୍ର ଉଦ୍ଦେଶ୍ୟ
ମୋ ପ୍ରିୟ ଭାରତବର୍ଷ ।
ପାରୁଛ ତ ଲେପିଦିଅ ସାରା ଦେହମନ
ମହଣ ମହଣ ଅଗୁର ଚନ୍ଦନ,
ଗାଇଚାଲ ସମ୍ପ୍ରତି
ଶାନ୍ତି ମୈତ୍ରୀ ପ୍ରେମ ପ୍ରୀତି,
ବଞ୍ଚିଥାଉ ଅହିଂସା ଯେ ମୂଳମନ୍ତ୍ର
ଶତ ଶତ ଦିନ ମାସ ବର୍ଷ,
କାଳେ କାଳେ ଶାନ୍ତ ଶୀତଳ
ମୋ ପ୍ରିୟ ଭାରତବର୍ଷ ।
