Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirmal Kumar

Others

3  

Nirmal Kumar

Others

ବଡବଡୁଆଙ୍କୁ ଚିଠି

ବଡବଡୁଆଙ୍କୁ ଚିଠି

1 min
6.9K


ମାନନୀୟ ବଡବଡୁଆ !

ଆଲୁଅରେ ଆସ

ଆଲୁଅରେ ଯାଅ ,

ଅନ୍ଧାରେ ଆସିବାକୁ

ମନ ନ ବଳାଅ ॥୧॥

ସ୍ଵାଗତ ଶୁଭେଚ୍ଛା ପାଇଁ

ଗହଳ ଅନ୍ଧାର ହଟେଇ

ଶକ୍ତି ସାଉଁଟିଛି

କରି କଳା ହରଣ ,

ନିଜେ ତ ସାଜିଛି ନୀଳକଣ୍ଠ

କରି କଳା ଧନକୁ ଆକଣ୍ଠ ପାନ ॥୨॥

ଦେଖି ଯାଅ ଥରେ

ତୁମ ନୁଆଁଣିଆ ଚାଳଟି

ଆଜି ଇନ୍ଦ୍ର ଭୁବନ ,

ଗହ ଗହ ଆଲୁଅ

ମହ ମହ ବାସନା

ହେଉ ପଛେ ଛଳ ଛନ୍ଦମୟ ମୋ ମନ ॥୩॥

ଉତ୍ତମ ଉତ୍ତର ଦାୟାଦ

ମୁଁ ମୁଁ ମୟ ଇଲାକାରେ କରିଛି ଅନେକ କିର୍ତ୍ତୀ ,

ମୁଁ ଇ ତ

ଈଶ୍ଵରୀୟ ଅସୁରୀୟ

ବାସ ବାସନାରେ ମୋହଗ୍ରସ୍ତ

ଦେବ ଦାନବର ମଧ୍ୟବର୍ତ୍ତୀ ସ୍ଥିତି ॥୪॥

ଜୀବନର ସତରଞ୍ଜି ଖେଳରେ

ତୁମ ପାଇଁ ସାପ ଶିଢି

ଏକା ଭଳି ,

ହାତଗୁଞ୍ଜା ମୋ ହାତ ବାରିସି

ଚଢୁଥାଏ ଶିଢି

ସାପ ପାରେନି ଗିଳି ॥୫॥

ହେ ପିତୃପୁରୁଷ

ଇତିହାସେ ତୁମ ଧ୍ଵଜା ଉଡେ

ବଢାଇ କଳା ସଂସ୍କୃତିର ମାନ ,

ଦେଖି ଯାଅ ଥରେ

ଉତ୍ତମ ଉତ୍ତର ପୁରୁଷ ମୁଁ

ଇଞ୍ଚେ ଇଞ୍ଚେ କରି ବିକି ଚାଲିଛି

ତୁମ ସୁନାମ ଆଉ ସମ୍ମାନ ॥୬॥

ନିର୍ମଳ କୁମାର ଦଳାଇ

ପାଇକ ସାହି,ବ୍ରହ୍ମଗିରି , ପୁରୀ

ମୋ:୯୦୯୦୦୬୯୩୫୦


Rate this content
Log in