ମୋ ଓଡ଼ିଆ
ମୋ ଓଡ଼ିଆ
ଓଡିଶାରେ ଥାଏ ଅବା ଥାଏ ଦୂରେ
ଭୁଲିନି ଓଡିଆ ବୀରତ୍ୱ ଗାଥା
ସ୍ଵାଭିମାନ ପାଇଁ ଲଢିଛୁ ଲଢିବୁ
ନଇଁବନି କେବେ ମଥା ।
ମନେ ପଡେ ନିତି ବୋଉର ପରଷା
ଓଡିଆ ପଖାଳ କଂସା
ଐତିହ୍ୟରେ ଭରା ସଂସ୍କୃତିରେ ଭରା
ଏଇ ମୋ ପ୍ରିୟ ଓଡିଶା ।
କେତେ ଯେ ମିଠା ମୋ ଭାଷା
କେତେ ଯେ ନିଆରା ଆମ ରଥଯାତ୍ରା
ପୁଣି ଓଡ଼ିଆଣି ମାଣବସା
ଅମୃତଠୁ ବଳି ସତେକି ଲାଗେରେ
ମୋ ପୋଡ଼ପିଠା ମୋ ଆରିସା ।
ଥିଲେ ଥାଉ ପଛେ ଯେତେ ଦୁଃଖ ଅବା ଶୋକ
ମା' ପଣତରେ ମୁହଁ ପୋଛିଦେଲେ
ମେଣ୍ଟିଯାଏ ପେଟ ଭୋକ ।
ମୋ ମାଟିଠୁ ବଳି ସୁନ୍ଦର ସୃଷ୍ଟି
ସରଗ ରାଇଜେ ନାହିଁ
ମୋ ଓଡିଆଠୁ ବଳି ବିଶାଳ ହୃଦୟ
ଏ ଜଗତେ କାହାଠି ନାହିଁ ।
ସତେକି ଭୂ -ସ୍ୱର୍ଗ ଏହି
ଧନ୍ୟହେ ଉତ୍କଳ ଭୂଇଁ
ଧନ୍ୟ ହେ ଉତ୍କଳ ଭୂଇଁ ।।