STORYMIRROR

AMIT KUMAR SAHU

Abstract Others

2  

AMIT KUMAR SAHU

Abstract Others

ଅସ୍ପଷ୍ଟ ଦିଗବଳୟ

ଅସ୍ପଷ୍ଟ ଦିଗବଳୟ

1 min
14K


ପ୍ରେମ - ସାହିତ୍ୟର ଏକ ଶବ୍ଦ ମାତ୍ର ଥିଲା ତା' ପାଇଁ

ସେଇ ଶବ୍ଦର ପରିଭାଷା ଦେଲ ତୋମେ ।।

ତା' ହୃଦୟର ଗଭୀରତାରେ ପ୍ରେମର ମଞ୍ଜି ବୁଣିଲ ତୋମେ....

ତୋମ ଆବେଗକୁ ସମ୍ମାନ ଦେଲା ସେ ।।

ମରୁଭୂମିରେ ନିର୍ଝରିଣୀର ସ୍ଵପ୍ନ ଦେଖିଲ ତୋମେ...

ମରୀଚିକା ସନ୍ଧାନରେ ଅସ୍ତ -ବ୍ୟସ୍ତ ହେଲା ସେ ।।

ତା' ସ୍ଵପ୍ନର କୋଣାର୍କକୁ କ୍ଷତ -ବିକ୍ଷତ କଲ ତୋମେ....

ଆଉ 

ସେଇ ଭଗ୍ନାବଶେଷ ଭିତରେ ବି ତୋମକୁ ଦେବତା ଭଳି ପୂଜିଲା ସେ ।।

ଏକ ନୂତନ ତାଜମହଲର ସନ୍ଧାନରେ ଥିଲ ବୋଧେ ତୋମେ....

ସମୟର ସାୟାହ୍ନରେ କୋଉଠି ଅଦୃଶ୍ୟ ହେଇଗଲ ତୋମେ ।।

ଆଉ ସେଇ ଭଗ୍ନ କୋଣାର୍କର ଅନ୍ତରାଳେ 

କୋଉଠି ଲୀନ ହେଇଗଲା ସେ........॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract