STORYMIRROR

Siba Sethy

Children

4  

Siba Sethy

Children

ମୋ ମାଆ

ମୋ ମାଆ

1 min
485

ମାଆ ର ପଣତ ଶ୍ରୀମନ୍ଦିର ନେଟ

ସ୍ନେହ ମମତାର ଘର।

ବିପଦେ ଅପଦେ ରକ୍ଷା କବଚ ସେ

କରେ ନାହିଁ କେବେ ପର।

ଦଶ ମାସ ଦଶ ଦିନ ଗର୍ଭରେ ଧରି

ଜନମ ଦେଇଛି ସିଏ।

ତା ଠାରୁ ବଳିକେ ଏହି ସଂସାରରେ

କୁହ ଭାଈ ଅଛି କିଏ ?

ମାଆର ପରଶେ ଦୁଃଖ ଶୋକ ସବୁ 

କ୍ଷଣକେ ଯାଏ ଉଭେଇ । 

ମାଆର ଆଶିଷେ କଠିନ କାମ ବି 

ଯାଏ ତ ସରଳ ହୋଇ ।

କରୁଣାମୟୀ ସେ ଦୟାର ସାଗର 

ତା ପଦେ ସରଗ ସୁଖ । 

ମାଆ ହାତ ଧରି ବାଟ ଚାଲୁଥିଲେ 

ଦୂରତା ବି ପାଖ ହୁଏ ।

ମାଆ ଶବଦଟି ଅମୃତ ସମାନ 

ସେ ନାମରେ ଅଛି ଜୟ ।

ମାଆ ନାମ ସ୍ମରି ମାତୃ ସେବା କଲେ 

ଦୂର ହୁଏ ପାପ ଭୟ ।

ମାଆ ଠାରୁ ବଳି ଏ ତିନି ଭୂବନେ 

ଅଛି କି ଆମର ଜ୍ୟୋତି । 

ଗୋଟିଏ ହୃଦୟେ ଗୋଟିଏ ସାଙ୍ଗରେ 

ସତ୍ୟ ଶାନ୍ତି ମୈତ୍ରୀ ପ୍ରୀତି ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children