STORYMIRROR

Manorama Mohanty

Tragedy

4  

Manorama Mohanty

Tragedy

ମୋ ମାଆ

ମୋ ମାଆ

1 min
340


ଦଶମାସ ଦଶଦିନ ଗର୍ଭେ ଧରି

ଜନମ ଦେଇଛ ତୁମେ ମୋ ମାଆ,

ଏନ୍ତୁଳିଶାଳରୁ ଲାଳନ ପାଳନ

କରିଣ ମୋଠାରେ କରିଛ ଦୟା ।


ନିଜେ ଦୁଃଖ ସହି ସୁଖ ଦିଅ ମତେ

ଆନନ୍ଦ ମନେ ସଦା ହସି ହସି,

ତୁମ ସ୍ନେହ ପ୍ରେମେ ଏମିତି ବାନ୍ଧିଲ

ଭରି ଦେଇ ମୋଠି ଯେତକ ଖୁସି ।


ମମତା ମୟୀ ଗୋ ଜନ୍ମଦାତ୍ରୀ ତୁମେ

ତୁମ ଋଣ କେବେ ହେବନି ଶୁଝି,

ତୁମରି ଆଶିଷ ବିନା କେହି ନାହିଁ

ଜିତିବ ସଂସାରେ ଜୀବନ ବାଜି ।


ହେ ଜଗତ ନାଥ ପ୍ରଭୁ ଜଗନ୍ନାଥ

ତୁମେ ଅଟ ଏ ଜଗତ ଠାକୁର,

ମୋ ମାଆ ମୋ ପାଇଁ ଜୀବନ୍ତ ଠାକୁର

ସାକ୍ଷାତ ଦେବୀଙ୍କର ଅବତାର 


ସେସିନା ଯାଇଛି ଅଫେରା ରାଇଜେ 

ଜିତିବାକୁ ମହାନିର୍ବାଣର ପନ୍ଥା 

ଆଉଥରେ ଜନ୍ମ ନେଇ ସେ ଆସିବ 

ମୋର ମୁଣ୍ଡଛୁଇଁ ଦେଇଛି କଥା ।



Rate this content
Log in

Similar oriya poem from Tragedy