STORYMIRROR

Chinmayee Barik

Inspirational

1.2  

Chinmayee Barik

Inspirational

ମୋ କବିତା ଗୁଡିକ ଠିକ ଢିଲାପାଇଜାମା

ମୋ କବିତା ଗୁଡିକ ଠିକ ଢିଲାପାଇଜାମା

2 mins
26K


ମୋ କବିତା ଗୁଡିକ ଠିକ୍ ଢିଲା ପାଇଜାମା ପରି

କାହାକୁ fit ନ ହେଲେ ବି କାହାକୁ unfit ହେବନି,

ସବୁ ଗୁଡିକ extra large size ର ....

ଦରଜି ହୋଇ କବିତାକୁ ସିଲେଇ କରୁଥାଏ ନିତି

ଦେଖିବାକୁ ପଡେ ତ .... ସମସ୍ତଙ୍କ ମନର କଥା ।

ଟିକେ ଏପଟ ସେପଟ ହେଲେ କାଖ ଟାଇଟ୍ ହୋଇପାରେ

କିଏ ମୁହଁ ଫୁଲାଇବ ପୁଣି କିଏ ଗାଳି ଦେବ ।

ମୋ ଶବ୍ଦ ସବୁ ମୋ ଭଳି ମନ ମତାଣିଆ,

ଏଇନେ ଇଛାତ ଏଇନେ ଲେଖି ହେବ,

ସମୟ ଚାଲିଗଲେ ଶବ୍ଦ ସବୁ ଧଳା ଧଳା,

ଯେତେ ଚେଷ୍ଟା କଲେବି କବିତାରେ ରଂଗ ଭରି ହୁଏନି ।

ଚିତ୍ତ ପାତ୍ର ସାର୍ କହିଲେ ...ତୁ ନିତି ଗୋଟିଏ କବିତା ଲେଖିବୁ...

ତାଙ୍କ କଥା ଶୁଣି ପାଇଜାମା ଭିତରୁ ଶବ୍ଦ ସବୁ

ଡେଇଁ ପଡିଲେ କିଏ କୁଆଡେ ସବୁ ...

ଏମାନେ ସବୁ ଠିକ୍ ମୋ ଭଳି

କିଏ ଟିକେ ଭଲ ପାଇଲେ କି ପ୍ରଶଂସା ପାଇଲେ

ସବୁ ଲୁଚି ଯିବେ ଖଟ ତଳେ ...

ଆରେ କୁଆଡେ ଗଲ ମୋ ଢିଲା ପାଇଜାମାର ସରଞାମ ସବୁ??

ତୁମମାନଙ୍କ ବିନା ମୋର ଅସ୍ତିତ୍ୱ କାହିଁ....

ହଁ ,ମୁଁ ଦେଖିପାରୁଛି ଶବ୍ଦ ସବୁ ଲୁଚିଛନ୍ତି

କିଏ ଫ୍ରିଜ୍ ଭିତରେ ତ କିଏ ପ୍ରେସର୍ କୁକର୍ ଭିତରେ

ତୁମେମାନେ ଆସୁଛ ଯଦି ଆସ

ଲେଖିବି କବିତାଟିଏ,

ନ ଆସିଲେ ବି ଭଲ

କାରଣ ମୋ ଆଖିରେ ଆଖିଏ ନିଦ ......ଗୁଡିକ ଠିକ୍ ଢିଲା ପାଇଜାମା ପରି

କାହାକୁ fit ନ ହେଲେ ବି କାହାକୁ unfit ହେବନି,

ସବୁ ଗୁଡିକ extra large size ର ....

ଦରଜି ହୋଇ କବିତାକୁ ସିଲେଇ କରୁଥାଏ ନିତି

ଦେଖିବାକୁ ପଡେ ତ .... ସମସ୍ତଙ୍କ ମନର କଥା ।

ଟିକେ ଏପଟ ସେପଟ ହେଲେ କାଖ ଟାଇଟ୍ ହୋଇପାରେ

କିଏ ମୁହଁ ଫୁଲାଇବ ପୁଣି କିଏ ଗାଳି ଦେବ ।

ମୋ ଶବ୍ଦ ସବୁ ମୋ ଭଳି ମନ ମତାଣିଆ,

ଏଇନେ ଇଛାତ ଏଇନେ ଲେଖି ହେବ,

ସମୟ ଚାଲିଗଲେ ଶବ୍ଦ ସବୁ ଧଳା ଧଳା,

ଯେତେ ଚେଷ୍ଟା କଲେବି କବିତାରେ ରଂଗ ଭରି ହୁଏନି ।

ଚିତ୍ତ ପାତ୍ର ସାର୍ କହିଲେ ...ତୁ ନିତି ଗୋଟିଏ କବିତା ଲେଖିବୁ...

ତାଙ୍କ କଥା ଶୁଣି ପାଇଜାମା ଭିତରୁ ଶବ୍ଦ ସବୁ

ଡେଇଁ ପଡିଲେ କିଏ କୁଆଡେ ସବୁ ...

ଏମାନେ ସବୁ ଠିକ୍ ମୋ ଭଳି

କିଏ ଟିକେ ଭଲ ପାଇଲେ କି ପ୍ରଶଂସା ପାଇଲେ

ସବୁ ଲୁଚି ଯିବେ ଖଟ ତଳେ ...

ଆରେ କୁଆଡେ ଗଲ ମୋ ଢିଲା ପାଇଜାମାର ସରଞାମ ସବୁ??

ତୁମମାନଙ୍କ ବିନା ମୋର ଅସ୍ତିତ୍ୱ କାହିଁ....

ହଁ ,ମୁଁ ଦେଖିପାରୁଛି ଶବ୍ଦ ସବୁ ଲୁଚିଛନ୍ତି

କିଏ ଫ୍ରିଜ୍ ଭିତରେ ତ କିଏ ପ୍ରେସର୍ କୁକର୍ ଭିତରେ

ତୁମେମାନେ ଆସୁଛ ଯଦି ଆସ

ଲେଖିବି କବିତାଟିଏ,

ନ ଆସିଲେ ବି ଭଲ

କାରଣ ମୋ ଆଖିରେ ଆଖିଏ ନିଦ ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational