STORYMIRROR

Chinmayee Barik

Fantasy

2  

Chinmayee Barik

Fantasy

ଅସ୍ତିତ୍ୱ

ଅସ୍ତିତ୍ୱ

1 min
13.5K


ତୋତେ ଚିରକାଳ ଛୁଇଁପାରିବିନି ବୋଲି

ତୋ ସାରା ଅସ୍ତିତ୍ୱ ମିଳେଇଗଲା

ପଞ୍ଚମହାଭୂତରେ....

ମୋ ଖଣ୍ଡ ବିଖଣ୍ଡିତ ଭାବନା ସବୁ

ତୋତେ ଭୋଗୁଥିଲେ

ସେହି ମହାଶୂନ୍ୟତାର ରଜ୍ଜୁ ଭିତରେ....

ତୁ ତୋର ହୋଇ ରହିବାର

ଆତ୍ମଗର୍ବରୁ ଲୀନ ହୋଇସାରିଥିଲୁ,

ମୁଁ ମୋର ହୋଇ ରହିବାର

ସାରା ଅପଚେଷ୍ଟାରୁ ଓହରି ସାରିଥିଲି

ମୁଁ ପାଲଟି ଯାଇଥିଲି ଗୋଟିଏ ଯୁକ୍ତାତ୍ମକ ଚାର୍ଜ

ପରମାଣୁର ଛାତି ଚିରି ଖୋଜୁଥିଲି

ଯୁକ୍ତ ହେବାକୁ ବାର ବାର

ଗୋଟିଏ ବିଯୁକ୍ତ ଶକ୍ତିର ହୃଦୟରେ...

ସମୟର ଲେଲିହାନ ଡାକରା ଆଗରେ

ମୋ ପ୍ରେମ ଦ୍ୱିଗୁଣିତ ହେଉଥିଲା

ତୋ ସମଗ୍ର ସତ୍ତାକୁ ଚଳୁ କରିବାକୁ

ମୋ ଅନିର୍ବାପିତ କାମନା ହିଁ ଯଥେଷ୍ଟ ଥିଲା...

ତୁ ଶୂନ୍ୟ ହୋଇଛୁ ତ ?

ହୋଇଥା ଏମିତି ଅନନ୍ତ ଆକାଶରେ

କେବେ ତ ବୀଜ ହୋଇ ଅଙ୍କୁରିବୁ

ମୋ ଶୁଖିଲା ଜରାୟୁରେ....????


....Lucy. .....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy