STORYMIRROR

Chinmayee Barik

Others

3  

Chinmayee Barik

Others

ସ୍ୱପ୍ନରେ ଦିଶିଗଲା ତା ଝାପସା ମୁହଁ

ସ୍ୱପ୍ନରେ ଦିଶିଗଲା ତା ଝାପସା ମୁହଁ

1 min
13.4K


ସ୍ଵପ୍ନରେ ଦିଶିଗଲା ତା ଝାପସା ମୁହଁ

କାଗଜ କଲମ ଭିଡି ଆଣିଲି

ଲେଖିବାକୁ ଗୋଟେ କବିତା ,

କବିତା ଲେଖା ଦୂରେ ଥାଉ

କାଗଜ ସାରା ଖାଲି

ତା ଦେହର ବାସ୍ନା...

ତା ଦେହର ବାସ୍ନା

ଏମିତି ସ୍ଵପ୍ନରେ ଆସେ

ସ୍ଵପ୍ନରେ ଯାଏ

ଫାଜିଲ୍ ପବନ ପରି

ବେଳ ଅବେଳରେ

ତମାମ୍ ରାତି ବିଭୋର କରେ ।

ଏ ବାସ୍ନା ସବୁ ବେଳେ ଆସେନି

କିଛି ମୁହୁର୍ତ୍ତକୁ ବାଛିଥାଏ

ଯେତେବେଳେ ଦେହ ମନ ଅବଶ ଥାଏ

ଚୋରା ପୀରତି ପରି

ମୋ ସାରା ଦେହରେ ଲେପି ହୋଇଯାଏ ।

ମୋ କବିତା ଲାଗି ସେ ବାସ୍ନା

ନା ସେ ବାସ୍ନା ଲାଗି ମୋ କବିତା

ବୁଝୁ ବୁଝୁ ବେଳ ଗଡିଯାଏ

ଭୋର ପକ୍ଷୀ ବାହାରେ ରାବୁ ଥାଏ.....।

-Lucy-


Rate this content
Log in