STORYMIRROR

Chinmayee Barik

Inspirational Others

3  

Chinmayee Barik

Inspirational Others

ଏଠି ଏମିତି କ'ଣ ଅଛି ଯେ ?

ଏଠି ଏମିତି କ'ଣ ଅଛି ଯେ ?

1 min
13.7K


ଏଠି ଏମିତି କ’ଣ ଅଛି ଯେ??

ଜୀବନ ତମାମ୍ ଖୋଜା ଚାଲିଛି

ପୁଣ୍ୟର ଦ୍ଵାହିଦେଇ

ପାପକୁ ଅନ୍ତଃସତ୍ତ୍ଵା କରି

ଜିଉଛି ମଣିଷ ...

ପୁଣ୍ୟକୁ ଦେଖିଛି କିଏ?

ତା ଘର ଠିକଣା ବହୁତ ଦୂରେ

ପାପ ମିଳିଯାଏ ଆଖେ ପାଖେ...

ବେଳେ ବେଳେ ମିଠା ପାପର ସ୍ଵାକ୍ଷରରେ

ନିଷ୍ଠୁର ପୁଣ୍ୟ ସବୁ ଫିକା ପଡିଯାଏ...

ପାପର ପୁଣି ପରିଭାଷା କ’ଣ?

ପାପ କେବଳ ଯନ୍ତ୍ରଣାର ନାମ ନୁହେଁ

ବେଳେ ବେଳେ ପାପ ମଧୁ ଝରାଇ ଆସେ

କିଛି ପବିତ୍ର ପାପ ବି

ମଲା ହାଡ ମାଂସରେ ଜୀବନ ଲେପି ଦିଏ ...

ପାପର ବି ଗୋଟେ ସୀମା ସରହଦ ଅଛି

ଅଛି କିଛି ବେଢି ବନ୍ଧନ

ତା ଭିତରେ ପାପ ପବିତ୍ର ଓ ସୁରକ୍ଷିତ

ଯେମିତି ପଦ୍ମ ପତ୍ରେ ଢଳ ଢଳ ଜୀବନ...

ଏବେ କୁହତ ଦେଖି

କାହା ମନ ଶରୀରରେ

ଭରିନାହିଁ ଗୋଟିଏ ବି ହେଲେ

ପାପ-ପୂଣ୍ୟର ଜୀବ କୋଷ???

....Lucy......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational