STORYMIRROR

Chinmayee Barik

Inspirational

0.8  

Chinmayee Barik

Inspirational

ଅନ୍ତହୀନ ଶୂନ୍ୟତା

ଅନ୍ତହୀନ ଶୂନ୍ୟତା

1 min
27K


ସାତତାଳ ପଙ୍କ ..ପଙ୍କ ଭିତରେ ଗୋଟିଏ ଭଅଁର

ଗୀତ ଗାଏ କି କାନ୍ଦେ କିଏ ଦେଖିଛି??

ସମସ୍ତେ ତାର ଗୁଣୁଗୁଣୁ ଆବାଜ

ସହ ଅତି ପରିଚିତ .....

ସେ ଗୁଣୁ ଗୁଣୁଇଲେ ସବୁ ଖୁସି

ନ ଗାଇଲେ ସାତ ପର

ଦିନ କେଇଟାରେ ଅତି ନିଜର ବି ପର ....

କେବେ କେବେ ଅଭିମାନରେ

ମୁହଁ ମାଡି ଶୁଏ,କାନ ପାତି ପବନର ଗତି ବାରେ

ମିଛି ମିଛିକା ହସ ହସେ,ପାଦ କଚାଡେ,

ଶିରାରେ ଶିରାରେ ଖୋଜେ

ସ୍ୱରଟିଏ ...

ଆରେ???

କେହି ତ ନାହିଁ ତା ଚାରିପାଖେ,

ସବୁ ଆଡ ଶୂନ୍ ଶାନ୍ ,ଖାଁଖାଁ

ବୋଧେ ସେ ଖୋଜୁଥାଏ

ଅନ୍ତହୀନ ଶୂନ୍ୟତାକୁ ,

ନଖରେ ଆମ୍ପୁଡି ସମୟ ଦେହରେ

ବାର୍ ବାର୍ ଚିତ୍ର ଆଙ୍କୁ ଥାଏ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational