STORYMIRROR

Chinmayee Barik

Others

2  

Chinmayee Barik

Others

ଆଜି ନେଟ୍ ଫେଲ୍...

ଆଜି ନେଟ୍ ଫେଲ୍...

1 min
2.3K


ଆଜି ନେଟ୍ ଫେଲ୍...

ଭାବନା କଣ ବୁଝୁଛି network ତରଙ୍ଗର mechanismକୁ

ଶବ୍ଦ ସବୁ ହୃଦୟ ରୁ ବାହାରି ଦରଜା ପାଖରେ

ଗାଲରେ ହାତ ଦେଇ ଭାବୁଛନ୍ତି ....

ଏବେ କଣ ଅଛି ମାଧ୍ୟମ,

ବସ୍,ଟ୍ରେନ୍ ନା ଉଡାଜାହାଜ?

ଏଭଳି ଏକ ଅସହୟତା ବିଷୟରେ

ବିଜ୍ଞାନ କଣ ଭାବିଛି ??

ନା ଲେଖକ ନା କବି?

ମୋ ଲେଖା ସବୁ ମୁହଁ ନାଲି କରି ବସିଛନ୍ତି,

ତାଙ୍କ ଗରମ ନିଃଶ୍ୱାସରେ

ମୋତେ ଅଧା ମାରି ସାରିଲେଣି ।

ମୋ ଆଖିରେ ନିଦର ପରଶ

ଢୁଳାଇବାରେ ଯେଉଁ ତନ୍ମୟତା

ଯେ କରିଛି ସେ ଜାଣିଛି ।

ଓଃ...ମୋତେ କିଏ ଚିମୁଟୁଛି

ଲେଖାଗୁଡିକ ଖତେଇ ହେଇ କହୁଛନ୍ତି

ଶୋଇବାକୁ ଏତେ ମରୁଛୁ କାହିଁକି ......

ରାତି ତ ଆହୁରି ଅନେକ ବାକି ।

ଟିକେ ରହ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍