STORYMIRROR

Mamatamanjari Das

Tragedy

4  

Mamatamanjari Das

Tragedy

ମୋ ହୃଦୟ ଡାଏରୀରେ 'ତୁ'....

ମୋ ହୃଦୟ ଡାଏରୀରେ 'ତୁ'....

1 min
205


ତୋ' କଥା ଭାବୁ ଭାବୁ

ବେଳେ ବେଳେ ରାତି ଯାଏ ଅପସରି

ନିଜକୁ ମୁଁ ଭୁଲିଯାଏ ନିଜେ

ମୋର ଏ ତନ୍ଦ୍ରାହୀନ ଚକ୍ଷୁ ଯୁଗଳ

ସବୁଠାରେ ତୋତେ ହିଁ ତ ଖୋଜେ ।


ତୁ'ସିନା ପଢ଼ୁଥିଲୁ 

ମୋ ହୃଦୟର ଅକୁହା କଥାକୁ

ତୁ ' ଗଲାପରେ ,,

ମୁଁ ସାଇତି ରଖିଛି ମୋ ହୃଦ ଡାଏରୀରେ

ତୋର' ଯେତେସବୁ ଅଭୁଲା ସ୍ମୃତିକୁ।


ତତେ ଯେବେ ରାଗିଯାଇ

ଦେଇ ଥାଏ ଗାଳି ,,

ପାଖକୁ ଡାକି ବସାଇ କହୁ "ବବି"

ଥକିଯିବୁ ଠିଆହୋଇ ବସି ଦେ ଗାଳି

ସବୁ ଗାଳି ଶୁଣୁ ମୋର ପାଗଳଟେ ଭଳି ।


ମୁଁ ସିନା ପାଗଳାମୀ ତୋର ବୁଝିଗଲି

ହୃଦ ଡାଏରୀରେ ତୋର ସବୁକଥା ଟିପିକି ରଖିଲି

ହେଲେ ମୋର ଏ ଅମାନିଆ ଚକ୍ଷୁ ଯୁଗଳ

କେବେ ମାନୁନାହିଁ ,,

ଅବିରତ ଲୁହଧାର ବହିଚାଲେ ଖାଲି ।


ହେଲେ ତୁ' ଅଭିମାନୀ ......

ମୋତେ ଏକା କରିଦେଇ,,

ଚାଲିଗଲୁ କେଉଁ ଅନନ୍ତର ଅନ୍ତରାଳେ

ଅଜସ୍ର ଦୁଃଖର ପସରା

ମୋ ଆଞ୍ଜୁଳାରେ ଥାମି ।


ମୋ ଜୀବନର ଶେଷ ବିନ୍ଦୁ ଯାଏ

ଏ ଡାଏରୀ ମୋର ବଞ୍ଚିବା ମାଧ୍ୟମ

ଯନ୍ତ୍ରଣା ର ସବୁ ଗରଳ ପିଆଲା କୁ ,,

ମୁଁ ପିଉଥିବି ଆକଣ୍ଠ ଚିତରେ

ଏ ପାର୍ଥିବ ଶରୀର ମୋର ଯିବା ଯାଏ ସ୍ୱର୍ଗଧାମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy