STORYMIRROR

Pramod Kumar Jena

Comedy Others

4  

Pramod Kumar Jena

Comedy Others

ମୋ ଘରଣୀ

ମୋ ଘରଣୀ

1 min
502


ଘରଣୀଟା ମୋର       ବଡ ବେରସିଆ

ଗାଉଁଲିଆ ଦୋଷ ଯାଉନି

ଛାଡି ଚାଇନିଜ୍               ମଞ୍ଚୁରିଆନ୍

ଧରିଛି ପଖାଳ ତୋରାଣି ।


ବାଇଗଣ ପୋଡା         ଆଳୁ ଚଡଚଡି

କାକୁଡି ସାଙ୍ଗରେ ଶାଗ

ବଡି ଚୁରୁଚୁରା        ଆଚାର ମିକଶ୍ଚର୍

ଧନିଆ ଚଟଣି ପାଗ ।


ସୁଡୁ ସୁଡୁ କରି        ପଖାଳ ତୋରାଣି

ଦହି ଭାଙ୍ଗି ଦେଇ ପିଉଛି

ବିରିୟାନି ଛାଡି           ପଖାଳ ଆଡକୁ

ଆପେ ଟାଣି ହୋଇ ଯାଉଛି ।



Rate this content
Log in

Similar oriya poem from Comedy