STORYMIRROR

Prasant Kumar Nath

Fantasy Inspirational

2  

Prasant Kumar Nath

Fantasy Inspirational

ମୋ ଗାଁରେ ବର୍ଷା

ମୋ ଗାଁରେ ବର୍ଷା

11 mins
14.3K


ମୋ ଗାଁରେ ବର୍ଷା

ମୋ ଗାଆଁକୁ ଏବେ ବରଷା ଆସିଛି

ଖୁସିର ପସରା ନେଇ

ସବୁଜ ଦିଶୁଛି ବିଲ ବଣ ସବୁ

ପୁରି ଉଠିଲାଣି ନଈ ।

ବାଡ଼ିରେ ମାଡୁଛି ଜହ୍ନି ଓ ଛଞ୍ଚିନ୍ଦ୍ରା

ଫୁଟିଲାଣି ନାନା ଫୁଲ

ସାରୁ ବୁଦା ମୂଳେ ବେଙ୍ଗ ଓ ବେଙ୍ଗୁଲୀ

ହେଉଛନ୍ତି କେତେ ଗେହ୍ଲ ।

ଜୁଇ ଜାଇ ହେନା ମାଳତୀ ବାସୁଛି

ବିହନ ମାରିଛି ଗଜା

ମୁଡ଼ି ଓ ନଡ଼ିଆ ଖାଇବାକୁ ଏବେ

ଲାଗୁଅଛି ଭାରି ମଜା ।

ଭରା ଭରା ଦିଶେ ନଈ ନାଳ ସବୁ

ନଈରେ ପଡ଼ଇ ଡଙ୍ଗା

ବାଡ଼ିରେ କାକୁଡି ପିଜୁଳି ଫଳିଛି

ଫଳିଲାଣି କରମଙ୍ଗା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy