STORYMIRROR

Dharitri Das

Children

3  

Dharitri Das

Children

ମୋ ଗାଆଁ

ମୋ ଗାଆଁ

1 min
238

ଆହାକି ସୁନ୍ଦର ଆମରି ଗାଆଁ

ସବୁଠୂ ସୁନ୍ଦର ତାହାରି ନାଆଁ।

ନାମ ତାହାର ଅଟେ ଇଛାପୁର

ଲାଗଇ ସତେକି ସେ ଗୋପପୁର।

ବରଷକେ ଥରୁଟେ ଜନ୍ମାଷ୍ଟମୀ

ପାଳନେ କମ୍ପଇ ମୋ ଗ୍ରାମଭୂମି।

ଗାଆଁ ଦାଣ୍ଡ ହୁଏ ଉତ୍ସବ ମଣ୍ଡିତ

ଗୋସେଇଁ ଆମ ଗାଆନ୍ତି ଗୀତ।

ପୁରେପୁରେ ବନ୍ଧୁବାନ୍ଧବ ମେଳ

ପିଲାଏ ଖେଳନ୍ତି ଲଉଡି ଖେଳ।

ଭୋଜି ଭାତେ ମଜି ଯାଇ ସରବେ

ଭାଇଚାରା ଗଢିଥାନ୍ତି ନୀରବେ।

କ୍ରୋଧ ହିଂସାକୁ କରି ବରଜନ

ନାଚନ୍ତି ସରବେ କରି କୀର୍ତ୍ତନ।

କାହାରି ମନେ ନଥାଏ ତ ଛନ୍ଦ

ଦେଖିଣ ମନ ମୋ ହୁଏ ଆନନ୍ଦ।

ବିଭୁ ପାଦେ ସଦା କରଇ ଅଳି

ଗାଆଁରେ ଆମର ନ ଲାଗୁ କଳି।

ମିଳିମିଶି ସରବେ ହୋଇ ମେଳ

ହରଷେ କାଟନ୍ତୁ ଜୀବନ କାଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children