STORYMIRROR

Abhisek Panda

Fantasy Inspirational Others

3  

Abhisek Panda

Fantasy Inspirational Others

ମୋ ଦୁନିଆ।

ମୋ ଦୁନିଆ।

1 min
221

ଆହା କି ସୁନ୍ଦର

ସତେ ମନୋହର

ମିଠା ଦୁନିଆ ଟି ମୋର,

ତୁମ ଲୀଳା ପ୍ରଭୁ

ସଂରଚନା ସବୁ

ଲାଗେ ପୁଣି ଭରପୂର।


ବାଳୁତ ବୟସେ

ନ ବୁଝି ଯେ ହସେ

ଦୁନିଆର ସାରମର୍ମ,

କୈଶୋର ଆସିଲା

ଶୈଶବ ହସିଲା

ଭରି ଯାଏ ପୁଣି ପ୍ରେମ।


କେତେ ପ୍ରିୟା ପ୍ରୀତି

ସମ୍ପର୍କ ଯେ ଯୋଟି

ଗଢ଼ିଦେଲେ ସେତୁ ବନ୍ଧ,

ବନ୍ଧନ ର ଡୋରି

ଆତ୍ମୀୟତା ଭରି

ତୋଳି ଦେଲେ ପ୍ରେମ ଛନ୍ଦ।


କେତେ ଯେ ସମ୍ପର୍କ

ସତେ ଯେ କୋଣାର୍କ

ଭଗ୍ନ ସମ ଖାଲି ଅଛି,

ଆଉ କେତେ ଜଣ

ନ ଥାଇ କାରଣ

ପାଶୁ ଦୂରେଇ ଯାଇଛି।


ନିଜ ଦୁନିଆକୁ

ଭାବି ଗପ ବହି

ପଢ଼ି ଯାଏ ମନ ଦେଇ,

କବିତା ରୂପରେ

ଗାଏ ମୁଁ ଖୁସିରେ

ପଦରେ ପଦ ମିଶେଇ।


ନୀରବତା ପଥ

ଆଦରି ମୁଁ ନିଏ

ଦେଖିଲେ ସମାଲୋଚନା,

ସ୍ୱୋଛ ମନ ପରି

କ୍ରୁର ନ ଆଦରି

ସଫା କରେ ଆବର୍ଜନା।


କେବେ ପୁଣି ହସ

ଲୁହର ଆକ୍ରୋଶ

ଅଭିମାନ ରାଗ ରୁଶା,

ପରିସ୍ଥିତି ସାଥେ

ଖାପ ଖୁଆଏ ମୁଁ

ଏ ତ ଦୁନିଆ ର ଭାଷା।


ଯାର ଇଚ୍ଛା ଯାହା

କରିପାରେ ତାହା

କିଏ ବା କାହିଁ ରୋକିବ,

ନିଜ ଦୁନିଆରେ 

ହୋଇ ମସଗୁଲ

ନିଜର ସୌଧ ଗଢ଼ିବ।


ନିଜ ଦୁନିଆରେ

ଖୁସି ହେଇପାରେ

ହୃଦୟ କଥା ଯେ ଶୁଣେ,

ଇନ୍ଦ୍ରଧନୁ ରଙ୍ଗ

ଆଙ୍କେ ଯେ ତରଙ୍ଗ

ସମାଜ ରେ ପୁଣି ବୁଣେ।



Rate this content
Log in

More oriya poem from Abhisek Panda

Similar oriya poem from Fantasy