Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Inspirational Children

4  

Pratima Satpathy

Inspirational Children

ମୋ ଦେଶ ତ୍ରିରଙ୍ଗା ଚନ୍ଦ୍ରରେ ଉଡେ

ମୋ ଦେଶ ତ୍ରିରଙ୍ଗା ଚନ୍ଦ୍ରରେ ଉଡେ

1 min
269



ମୋ ଦେଶ ଭାରତ ଚନ୍ଦ୍ରର ପୃଷ୍ଠରେ

     ଉଡ଼ାଇ ଦେଲା ତ୍ରିରଙ୍ଗା

ଫର ଫର ହୋଇ ଉଡ଼ିଲା ତ୍ରିରଙ୍ଗା

    ଶତ୍ରୁ ମୁହଁ ହେଲା ରଙ୍ଗା।

ସଫଳ ହୋଇଲା ଆଶା ଅଭିଳାଷ

    ଦେଶରେ ଖେଳେ ଆନନ୍ଦ।

ବିଜୟର ବାନା ଉଡିଲା ଚନ୍ଦ୍ରରେ

    ଦକ୍ଷିଣେ ରଖିଲା ପାଦ।

ଭାରତର ସ୍ବପ୍ନ ପୂରଣ ହୋଇଲା

    ବିଜ୍ଞାନୀ ମାନଙ୍କ ପାଇଁ

ଇସ୍ରୋ ବୈଜ୍ଞାନିକ ତୁମ ଅବଦାନ

    କଥାରେ ହେବନି କହି।

ଭାରତର ମଥା ଉଚ୍ଚ କରିଅଛ

    ଦେଶ ବିଦେଶରେ ତୁମେ 

ଚନ୍ଦ୍ରଯାନ ଚନ୍ଦ୍ର ପୃଷ୍ଠରେ ପହଞ୍ଚି

    ଲାଗିଲାଣି ତାର କାମେ।

ଅଜଣା ତଥ୍ୟକୁ ଉପଗତ କରି

    ନୂତନ ଆଶା ସଞ୍ଚାର

ବୈଜ୍ଞାନକମାନେ ହସ୍ତଗତ କଲେ 

    ଆନନ୍ଦେ ହୋଇ ବିଭୋର।

ଜାତୀୟ ପତାକା ସ୍ବାଗତ କରୁଛି

    ଆସ ହେ ମୋ ଦେଶ ବାସୀ

ଜହ୍ନ ରାଇଜରେ ଭ୍ରମଣ କରିବ

   ମନ ହୋଇଯିବ ଖୁସି।

ପିଲାଦିନେ ପାଠ ବହିରେ ଥିଲାଟି

    ଉଡି ବା ଉଡାଜାହାଜେ

ଉଡି ଉଡି ଆମେ ପହଞ୍ଚିବା ଯାଇଁ

    ଜହ୍ନ ମାମୁଁ ଙ୍କ ରାଇଜେ।

କେତେ ନୁଆ ନୁଆ ସାଙ୍ଗ ସାଥିଙ୍କୁ ଯେ

   ସେଠାରେ ଆମେ ଭେଟିବା

ଆନନ୍ଦ ମନରେ ପାଛୋଟି ନେବେ ସେ

    ନିଜକୁ ଧନ୍ୟ ମଣିବା।

ସେହି ସ୍ବପ୍ନ ଆଜି ହୋଇଅଛି ସତ

   ଇସ୍ରୋ ବୈଜ୍ଞାନିକ ପାଇଁ

ଓଡ଼ିଶା ମାଟିର ବୈଜ୍ଞାନିକଙ୍କର

   ଦାନର ତୁଳନା ନାହିଁ।

ଗବେଷଣା କରି ଚନ୍ଦ୍ର ଯାନଟି କୁ

   ପଠାଇ ଥିଲେ ଚନ୍ଦ୍ରକୁ

ଗର୍ବ ଗୌରବର ପ୍ରତୀକ ତ୍ରିରଙ୍ଗା

   ପତାକା ଉଡ଼ାଇବାକୁ।

ନୂଆ ଇତିହାସ ରଚିଲା ଭାରତ

   ଚନ୍ଦ୍ର ଯାନ ତିନି ପାଇଁ 

ସବୁ ଦେଶ ଠାରୁ ଆଗରେ ରହିବ

    ମୋହରି ଭାରତ ଭୂଇଁ।


Rate this content
Log in

Similar oriya poem from Inspirational