ମୋ ଦେହ ମୋ ଅଧିକାର
ମୋ ଦେହ ମୋ ଅଧିକାର
ମୋ ଦେହ ମୋ ଅଧିକାର
ତେବେ କାହିଁ ପାଇଁ ଏକ ସ୍ବତନ୍ତ୍ର ଚିତ୍କାର
ଜେବ ଘଟେ କିଛି
ଅନିଚ୍ଛା ବେପାର ।
ଅଘଟଣ ଘଟେ ସମସ୍ତଙ୍କ ସହ
ବାଛ ବିଚାର କରେନି
ଦେହ, ପୁରୁଷ କି ନାରୀର
ଘଟି ଯାଏ ଘଟଣା
ଛାଡି ଯାଏ ଚିହ୍ନ
କଷ୍ଟ ହୁଏ ସମସ୍ତଙ୍କୁ
ତେବେ କାହିଁକି, ଏକ ବିଶେଷ ଲିଙ୍ଗ ପାଇଁ ,
ଏତେ ବଡ଼ ପ୍ରଶ୍ନ ।
ଲିଙ୍ଗିକ ସମାନତା ପାଇଁ
ଯେବେ ଉଡେ ତର୍କ ବିତର୍କ
ସେତେ ବେଳେ କାହିଁକି ସବୁ ହୁଅ ନାହିଁ
ସବୁ ଦିଗ ପାଇଁ ସତର୍କ ।
ଆଦି କାଳରୁ ସୃଷ୍ଟିର ଏ ଗଠନ
କିଛି ଭାବି କି ତ କରିଥିବ ସେ ଅଦୃଶ୍ୟ ଭଗବାନ
ତାକୁ ଯେବେ ଆମେ କରୁଛେ ଅବମାନ
ଭୋଗୀ ବାକୁ ତ ପଡି଼ବ
ତାର, ପରିଣାମ ।
ନାରୀ ହଉ କି ପରୁଷ
ଦେହ ହେଉଛି ଏକ ସମାନ
ସମ୍ମାନର ସମସ୍ତେ ଅଧିକାରୀ
ତେବେ, ଏକ ବେଶଷ ଲିଙ୍ଗ ପାଇଁ
କାହିଁ, ଏତେ ପ୍ରଶ୍ନମାନ ।