STORYMIRROR

Siba Sethy

Inspirational Children

3  

Siba Sethy

Inspirational Children

ମୋ ବାପା

ମୋ ବାପା

1 min
199


ଆହେ ଜନ୍ମଦାତା ପ୍ରାଣ ପ୍ରତିଷ୍ଠାତା

ଶ୍ରୀ ପାଦେ ପ୍ରଣାମେ ମୁଁହି

ନ ମାଗି ଦେଇଛ ଖୁସି ମନାସିଛ

ପାଷାଣ ପୂଜିବି କାହିଁ ?


ଯାଇଛି ମନ୍ଦିର ପୂଜିଛି ଠାକୁର

ବାପାପରି କେହି ନାହିଁ

ଯାଇକି ମନ୍ଦିର କିବା ଲାଭ ମୋର

ମୋ ଘରେ ବ୍ରହ୍ମାଣ୍ଡ ସାଇ ।।


ତୁମ ବିନା ମୋର ଆନ ଗତି ନାହିଁ

ତୁମ ବିନା ମୁକ୍ତି ନାହିଁ

ତୁମପରି ପିତା ମିଳୁ ହେ ସର୍ବଦା

ପିତାଠୁ ବଳିକେ ନାହିଁ ।।


ମନରେ ସାହସ ଭରି ଅଛ ତୁମେ

ସୁରକ୍ଷା କବଚ ହୋଇ

ଏ ଘର ମନ୍ଦିର ବାପା ମୋ ଠାକୁର 

ଅଜ୍ଞାନ ମନୁ ଦୂରଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational