STORYMIRROR

Chittaranjan Lenka

Inspirational

2  

Chittaranjan Lenka

Inspirational

ମୋ ବାପା

ମୋ ବାପା

1 min
2.6K


ଦୁଷ୍ଟ ପିଲା ସାଙ୍ଗ ହେବୁନିରେ ଧନ

ପାଠ ପଢ ମନ ଦେଇ

ମଧୁ ବାରିଷ୍ଟର ସାଙ୍ଗରେ ଲଢିବୁ

ମୋ ବାପା ଦିଅନ୍ତି କହି

ତୁମ ବାପା ମଧ୍ୟ ସେହିପରି କିଛି

ତୁମକୁ ବି କହିଥିବେ

ଭଲ ମଣିଷଟେ ହେବା ପାଇଁ ନିଶ୍ଚେ

ଯତ୍ନବାନ ହୋଇଥିବେ

ସେହି ବାପା ଆଜି ବୁଢା ହେଲେ ବୋଲି

ହୋଇଲେ କି ମୂଲ୍ୟହୀନ

ନିଜ ସ୍ଵାର୍ଥ ପାଇଁ ଭୁଲିଗଲ ତୁମେ

ତୁମର ସେ ପିଲାଦିନ ?

ବାପ ମାଆ ପଛେ ବୁଢା ବୁଢୀ ହୋଇ

ହୁଅନ୍ତୁ ଘାଣ୍ଟି ଗୋଳେଇ

ମନେ ରଖିଥିବ ତାଙ୍କ ଠାରୁ ବଳି

ଦେବତା ନାହାନ୍ତି କେହି

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational