ମନୁଆଁ ମନ
ମନୁଆଁ ମନ
କିଅବା ବୁଝିବ ମନୁଆଁ ମନକୁ
ଅବIମନ କଥା ତାର
ତୁମେ ସିନା ବୁଝ ମନର କବିତା
ବାକି ସବୁ କଥା ପର
ଭଲ ପାଇବା ଟା ନୁହେଁ ଦି ଦିନିଆଁ
ନୁହେଁ ଭୁଲି ବାର କଥା
ଭୁଲି ଯାଏ ଯିଏ ଭଲ ପାଇଁ ସାଥି
ଲୁହରେ ଲେ6ଖ କବିତା
ଦୁନିଆଁ ବାଟରେ କେତେ କେ ଆସିବେ
ପାଇବେନି ସବୁ ଭଲ
ଗୋଲାପ ଗଛ ରେ କଣ୍ଟା ବି ରହିବ
କଣ୍ଟାର ସାଥିରେ ଫୁଲ
ଫୁଲ ଧରିବାକୁ ହାତ ବଢ଼ାଇଲେ
କଣ୍ଟାର ଆଘାତ ମିଳେ
ତଥାପି କାହିଁକି ଜାଣେନା ପତଂଗ
ଦୀପର ନିଆଁ ରେ ଜଳେ
ଭଲ ପାଇବା6ର ଜୀବନଟା ଯଦି
ଜଳି ଜଳି ସରିଯାଏ
ଵୁଝେନା ମୋ ମନ ତଥାପି କାହିଁ କି
ତୁମେ ଏତେ ଝୁରୁ ଥାଏ
