ମନସ୍ୱୀ ମନୋଜ
ମନସ୍ୱୀ ମନୋଜ
ଅଖ୍ୟାତପଲ୍ଲୀ ଉତ୍କଳେ ନାମ ତା ଶଙ୍ଖାରି l
କାନ୍ଦଇ ଉତ୍କଳ, କାନ୍ଦେ ଶଙ୍ଖାରି, ଗୁମୁରି ll
ସୂକ୍ତିକା ମଧ୍ୟେ ମୁକ୍ତିକା ଯଥା ହୋଇ ଜାତ l
ଶଙ୍ଖାରିରେ ଜନ୍ମନେଲେ ପ୍ରଜ୍ଞାବାନ ପୁତ୍ର ll
ମନସ୍ୱୀ ମନୋଜ ଦାସ ସାହିତ୍ୟ ସାରଥୀ l
ଯଥା ବିଷ୍ଣୁ ଶର୍ମା ପଞ୍ଚତନ୍ତ୍ର ଗଳ୍ପେ ଖ୍ୟାତି ll
ପାଠକ ଶ୍ରୋତାଙ୍କୁ ମନ୍ତ୍ର ମୁଗ୍ଧ କରି ଗଳ୍ପେ l
ସାହିତ୍ୟତନ୍ତ୍ର କିରତୀ ଥାପି କଳ୍ପେ,କଳ୍ପେ ll
ବୌଦ୍ଧିକ ସାହିତ୍ୟ ସୃଷ୍ଟି ସମ୍ଭାର ଅସଂଖ୍ୟ l
ସମାଜସଂସ୍କାର ନୀତି ଅଟେ ଯାର ଲକ୍ଷ୍ୟ ll
ସାହିତ୍ୟ ପୂଜାରୀ ଖ୍ୟାତ ବିଶ୍ୱ ଦରବାରେ l
ପ୍ରାଜ୍ଞ, ବିଜ୍ଞ ମନୀଷୀଙ୍କୁ କିଏ କଳି ପାରେ ll
ଶିଶୁଠାରୁ ପ୍ରୌଢ଼ଯାଏ ସର୍ବେ ଅମୋଦିତ l
ସରଳେ ତରଳେ ବୌଦ୍ଧି ଚିନ୍ତା ରସସିକ୍ତ ll
ସମ୍ମାନ,ପଦବୀ ଆଶେ ନୁହେଁ ମୁଁ ଚିନ୍ତିତ l
ସାହିତ୍ୟ ସାଧନା ମୋର ଏକମାତ୍ର ବ୍ରତ ll
ଆମ ମନସ୍ୱୀ ମନୋଜ ଥିଲେ ଏହିଭଳି l
ଜନ୍ମଦିନେ ଜଣାଉଛି କୋଟି ଶ୍ରଦ୍ଧାଞ୍ଜଳି ll
