Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ମନୋମାଳିନ୍ୟକୁ ଦୂର କର

ମନୋମାଳିନ୍ୟକୁ ଦୂର କର

1 min
143


ସକାଳୁ ନିଦ୍ରା ଭାଜି ଉଠି ଭାଳେ ମୁହିଁ  

ଆଜି ପରା ବୁଧବାର

କଥା ଅଛି ପୁରିବ ମନର କାମନା ସବୁ 

ଯେବେ ବୁଧିବାମନଙ୍କୁ ସ୍ମର |୧|


ଦେଶଭକ୍ତ ଯିଏ ଦେଶର ହିତରେ ସଂସାରେ

ସବୁ ସମ୍ପର୍କକୁ ତୁଚ୍ଛ କରିପାରେ 

ସାମ୍ପ୍ରଦାୟିକତା ବିଷ ଯିଏ ବୁଣେ ସେ ଦେଶ

ପାଇଁ ତ ଚିନ୍ତା କରି ନପାରେ |୨|


ସ୍ୱାର୍ଥପରତା ଓ କ୍ଷମତା ହାସଲ ତ ତାର ନିଶା

ଲାଗି ପଡେ ଘୃଣ୍ୟ ରାଜନୀତିରେ 

ସମାଜେ ସଂସ୍କାର ସେ ଚିନ୍ତା କରି ତ ପାରେନି

ବିଷ ଭରିଦିଏ ଅମୃତ ଭାଣ୍ଡରେ |୩|


ଦିନକୁ ଦିନ ସ୍ୱାର୍ଥପରତା ଓ କ୍ଷମତା ଯୋଗୁ 

ପାପ ଭାରା ଜଗତେ ବଢଇ

ଅନ୍ୟାୟ ବଢୁଛି ପ୍ରବଳ ପ୍ରତିବାଦ ନାହିଁ କାର  

ଧାର୍ମିକ ଏଠି ରହୁଛି ଶୋଇ |୪|


ଏ ତ ପ୍ରକୃତିର ନୀତି ବିପଦ ଆସିବ ମାଡି ଆସନ୍ତା

ଦିନକୁ କଟିବ ଦିନରାତି ସଂଘର୍ଷରେ

କିନ୍ତୁ ବଞ୍ଚିବାକୁ ହେବ ଆମକୁ ଜୀବନ ସଂଗ୍ରାମେ 

ଆମର ସମୁହ ପ୍ରୀତିର ଶକତିରେ। |୫|


ଜୀବନ ସଂଗ୍ରାମ ଅଟେ କଷଟି ପଥର ସଂଘର୍ଷରେ

କେବଳ ଶୁଭ ସମ୍ବାଦ ମିଳିବ

ଭାଗ୍ୟ ଭଗବାନ କହି ଚେଇଁ ଶୋଇଲେ ବିଶ୍ବରେ ଯୁଦ୍ଧ 

ଦେହି ଡାକେ ଘୋର ଅନ୍ଧକାର ଘୋଟି ଆସିବ ।୬।


ଶାନ୍ତ ସ୍ୱଭାବରେ ବନ୍ଧା ଏ ମଣିଷ ସଂସାର ଭିତର

ସରବେ ରହିଛେ ସେ ଡୋର ମଧ୍ୟର  

ତେଣୁ ସ୍ମରୁଛି ଆଜି ବୁଧିବାମନଙ୍କୁ ଜାତି ଧର୍ମ ନେଇ 

ସବୁ ମନୋମାଳିନ୍ୟକୁ ଦୂର କର ।୭।



Rate this content
Log in

Similar oriya poem from Inspirational