STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମଙ୍ଗଳମୂର୍ତ୍ତୀ

ମଙ୍ଗଳମୂର୍ତ୍ତୀ

1 min
362


ପବନ ତନୟ ମଙ୍ଗଳ ମୂରତି

ପ୍ରଭୁ ହେ ସଙ୍କଟ ହାରୀ

ଅତୁଳିତ ବଳ ଶ୍ରୀରାମ ସମ୍ବଳ

ଦଇତ୍ୟ ସଂହାର କାରୀ l


ମହାସିନ୍ଧୁ ଲଂଘି ଅଞ୍ଜନା ନନ୍ଦନ

ଲଙ୍କେ ବିରାଜିଲ ଏକା

ବିଭୀଷଣେ ଭେଟି ରାକ୍ଷସ ପୁରୀରେ

ଭ୍ରମିଲ ହୋଇ ନିଶଙ୍କା l


ଅଶୋକ ବନରେ ଜାନକୀ ନିରେଖି

ଦେଲ ପ୍ରଭୁଙ୍କ ମୁଦ୍ରିକା

ବୈଶ୍ୱାନର ତଵ ଲାଙ୍ଗୁଳେ ଲାଗିଲା

ଜଳାଇଲ ସ୍ବର୍ଣ୍ଣ ଲଙ୍କା l


ଗନ୍ଧମାର୍ଦ୍ଧନକୁ ସମୂଳେ ଉତ୍ପାଟି

ସଞ୍ଜିବନୀ ଦେଲ ଆଣି

ଲକ୍ଷ୍ମଣଙ୍କୁ ଶକ୍ତିଭେଦୁ ବଞ୍ଚାଇଲ

ହର୍ଷ ହେଲେ ରଘୁମଣି l


ଯୁଗେ ଯୁଗେ ତୁମେ ଅଜର ଅମର

ଅସାଧ୍ୟ କର୍ମ ତୁମର

ଡାକି ଆଲିଙ୍ଗନ କଲେ ପ୍ରଭୁ ରାମ

ଦେଲେ ଚିରଞ୍ଜିବି ବର l


ମହା ବଳବନ୍ତ ଆହେ ହନୁମନ୍ତ

ଦୁଃସାଧ୍ୟ ସାଧନ କାରୀ

ଶ୍ରୀରାମ,ଲକ୍ଷ୍ମଣ, ଜାନକୀ ସହିତେ

ମମ ହୃଦେ ବାସ କରି l


ସଦା ଦିଅ ସଦ ଜ୍ଞାନ ପ୍ରଭୁ ମୋତେ

ସଦ ବିଦ୍ୟା ସଦ ବୁଦ୍ଧି

ତବ ନାମ ଧରି ସିଦ୍ଧ ମନୋରଥ

ସର୍ବ କାର୍ଯ୍ୟ ଲଭୁ ସିଦ୍ଧି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational