STORYMIRROR

Goutam Mohanty

Romance Tragedy Fantasy

3  

Goutam Mohanty

Romance Tragedy Fantasy

ମନେପଡେ ତୁମ କଥା

ମନେପଡେ ତୁମ କଥା

1 min
279


ଭୁଲିବାକୁ ଯେତେ   ଚାହୁଁଛି ତୁମକୁ

   ମନେପଡ ବେଶୀ ବେଶୀ,

କେମିତି ଭୁଲିବି    ଜାଣି ମୁଁ ପାରୁନି

    ସ୍ମୃତିରେ ହେଉଛି ପେଶୀ।।


ପ୍ରତି ମୁହୂର୍ତ୍ତରେ   ଆଖିରେ ନାଚୁଛି

     ପ୍ରେମର ଅଭୁଲା ଦିନ,

କେତେ ମିଠାଥିଲା  ଅତୀତ ସମୟ

   ଭାବି ଭାବି କାନ୍ଦେ ମନ।।


ସ୍ୱାର୍ଥପର ହୋଇ   ଭୁଲି ତ ଯାଇଛ

    କେବେଠୁ ଛଳନା କରି,

ତଥାପି ପାରୁନି     ତୁମକୁ ମୁଁ ଭୁଲି

    ଆଜିବି ହେଉଛି ଝୁରି।।


ଦେଖିଯାଅ ଆସି    କେମିତି ବଞ୍ଚିଛି

   ଧୋକା ଦେଇ ଗଲାପରେ,

ପ୍ରେମ ଉପହାର ଦେଲ ତୁମେ ମୋତେ

   ଏତେ ଭଲପାଇବାରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance