STORYMIRROR

Prakash Majhi

Romance

3  

Prakash Majhi

Romance

ମନେପଡ଼ ତୁମେ(୫)

ମନେପଡ଼ ତୁମେ(୫)

1 min
191

ତୁମେ ମୋ ହୃଦୟ ଜୀବନ ପ୍ରଦୀପ

ସମୟ ଦେଇଛି ଲେଖି,

ଚାଲୁଛି ଚାଲିବି ବାଟ ମୁଁ ଅନେକ

ମୁଦିବା ଆଗରୁ ଆଖି ।


ବୟସ ଦେଲାଣି କେତେ ଯେ ଉତ୍ତର

ତଥାପି ରହିଛି ପଡ଼ି,

ଧରିଥିବ ହାତ ପାଖରୁ ଏମିତି

ଅଧାରୁ ଦେବନି ଛାଡ଼ି ।


ଗଡ଼ିଗଡ଼ି ଯାଏ ଦିନ କେତେ ଏଠି

ଉଡ଼ିଉଡ଼ି ଯାଏ ରାତି,

ଲେଖିଲେ ସରୁନି କହିଲେ ଭରୁନି

ମନରେ ଅନେକ ସ୍ମୃତି ।


କାଲିପରି ଲାଗେ ଦିନ କେଇଟାରେ

ଆସିଲ ପାଖକୁ ଚାଲି,

ମନ ଖୋଲି ଦେଲ ଖୋଲା ମନ ଦେଇ

ପାରୁନି ତୁମକୁ ଭୁଲି।


ପ୍ରେମ ବନ୍ଧନର କି ଗୁଣ ଗାଇବି

ଝରି ପଡେ ଭାବ ରସ,

କେମିତି କରିବି ଆରମ୍ଭ ତାହାର

ଯାହାର ତ ନାହିଁ ଶେଷ ।


ଭାବ ଦିଆନିଆ ସରୁନି ଏଯାଏଁ

ତୁମେ ଛୁଇଁଦେଲେ ଧିରେ,

ପହିଲି ଫଗୁଣ ଆଜି ବି ମଧୁର

ପ୍ରୀତିର ପ୍ରଣୟ ଧାରେ ।


ଯେତେ ଭାବୁଥିଲେ ପୁରୁନା ଦିନକୁ

ପାଦରେ ଆଗକୁ ବଢ଼ି,                     

ଆଖିରେ ଆଖିରେ ଅବୁଝା ଅକ୍ଷର              

ଏବେ ବି ପାରୁଛି ପଢ଼ି।


ଫୁଲର ସହରେ ଫୁଲ କୁମାର ମୁଁ

ତୁମକୁ ଧରିଛି ଭିଡ଼ି,                      

ନୂଆନୂଆ ଆଶା ଅନେକ ଭରସା             

ଚଢ଼ାଏ ସପନ ସିଡି।


ଆଗକୁ ଆଗକୁ ଆହୁରି ଆଗକୁ

ପଡ଼ିଛି ଅନେକ ପଥ,

ତୁମେ ଅଛ ବୋଲି ସୁନ୍ଦର ଯେମିତି

ଆମରି ସଂସାର ରଥ ।


ଭିଜା ଭିଜା ସତେ ଓଦା ଦେହ ଭାରି

ମଳୟ ବାସନା କେତେ,

ଦେହରୁ ମନକୁ ଛୁଇଁ ଛୁଇଁ ଯାଏ

ଆଜି ବି ବାସୁଛି ମୋତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance