ମନେ ପଡ ପ୍ରିୟା ତୁମେ
ମନେ ପଡ ପ୍ରିୟା ତୁମେ
ଅମାବାସ୍ୟା ରାତିର ସେଇ କିଟି କିଟି ଅନ୍ଧାର ରେ
ଆଉ ଏକା ଏକା ଘର ଛାତ ଉପରେ
ମନେ ପଡ ପ୍ରିୟା ତୁମେ ମୋର
ସେଇ ଭଙ୍ଗା ହୃଦୟ ଭିତରେ।।
ଦିନେ ତୁମେ ଥିଲ ସେଇ ହୃଦୟ ସିନ୍ଦୁକ
ରଖିଥିଲି କେତେ ଯତ୍ନ କରି
ଜୀବନଠୁ ବେଶି ଭଲ ପାଉଥିଲି
ପ୍ରତି ମୁହୂର୍ତ୍ତରେ ।।
କଣ ତୁମେ ଭାବୁଥିଲ
ମୋ ହୃଦୟ ସିନ୍ଦୁକ ପଥର ତିଆରି...??
ଏହାତ ତିଆରି ରକ୍ତ ମାଉଁସ ରେ
ତାକୁ ପୁଣି ଭାଙ୍ଗି ଦେଲ
ଧୋକା ଯନ୍ତ୍ରଣାରେ ।।
କିଛି ସ୍ବାର୍ଥ ପାଇଁ ପ୍ରିୟା
ତମେ ମତେ ଭୁଲି ଗଲ
ମୋ ହୃଦୟ ସିନ୍ଦୁକକୁ
ପାଦରେ ଦଳି ଚୁନା କରି ଦେଲ ।।

