STORYMIRROR

Narottam Padhan

Others

3  

Narottam Padhan

Others

ମଧୁର ପ୍ରତ୍ୟାଶା

ମଧୁର ପ୍ରତ୍ୟାଶା

1 min
160

ତୋ ବିନା ବଞ୍ଚିବା ଶିଖିଯାଇଛି ଆଜି

ଲୁହର ବର୍ଷାରେ ଓଠକୁ ଭିଯେଇ

ରଙ୍ଗୀନ ସ୍ବପ୍ନ ବି ଆଜି ଫିକା ଫିକା

ତୋ ଫେରିବା ରାସ୍ତା କୁ ହଜେଇ ।।


ଋତୁ ବି ହାରି ଯାଇଛି ତୋ ଠାରେ

ତୋ ବଦଳିବା ଯିବା ଦେଖି

କଳା ବାଦଲ ବି ଯାଉଛି ଫେରି

ଆଜି ତୃଷାର୍ତ୍ତ ଚାତକ କୁ ଠକି।।


ନୟନ ଯୁଗଳ ମୋ ଲୁହର ସମୁଦ୍ର

ଭାସୁଛି ଆଜି ମୁଁ ଏଠି ଜୁଆର ସ୍ରୋତରେ

ସ୍ମୃତି ମାପ ଦଣ୍ଡ ନେଇ ବଞ୍ଚିଛି ଖାଲି

ମାପି ବୁ ବୋଲି ତୁ କେବେ ଅତୀତରେ।।


ଆଶା ଆକାଂକ୍ଷାର ତୁ ପ୍ରତିବିମ୍ବ

ଅମାବାସ୍ୟା ଚନ୍ଦ୍ରମା ଭଳି

ପୃଥିବୀ ଆଉ ଆକାଶ ମିଳନ

ମିଛ ଆଶ୍ୱାସନା ଖାଲି।।


ବସନ୍ତାଗମରେ ସୁକ ଚଞ୍ଚୁ ପଳାଶ

ଥୁଣ୍ଟା ଗଛେ ଓଢଣି ଉଢେଇ ଦିଏ

ତୋ ପ୍ରତ୍ୟାଶା ରେ ମୁଁ ଶାଖାହିନ

ଖାଲି ଉଦ୍ଦିଗ୍ନେ ଦିନ ଗଡ଼ିଥାଏ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍