STORYMIRROR

Narottam Padhan

Abstract

2  

Narottam Padhan

Abstract

ସ୍ମାର୍ଟ୍ ହୋଇ ପାରିଲିନି ବୋଲି

ସ୍ମାର୍ଟ୍ ହୋଇ ପାରିଲିନି ବୋଲି

1 min
394

ସ୍ମାର୍ଟ୍ ହୋଇ ପାରିଲିନି ବୋଲି

ଆଜି ତୁମେ ହାତ ମୋ ଛାଡ଼ି ଦେଲ

ଉଁଆସ ରାତିରେ ଚନ୍ଦ୍ରମା ଦେଖାଇ

ପ୍ରିୟା ତୁମେ ମତେ ଭୁଲି ଗଲ


ଭାବିଥିଲି ପ୍ରିୟା ସୁଖରେ ରଖିବି

ଝରେଇ ଦେବିନି କେବେ ଲୋତକ ଧାର

ନିଜ ସ୍ବାର୍ଥ ପାଇଁ ଭୁଲିଗଲ ପ୍ରିୟା

ମତେ କରି ଦେଇ ଗଲ ପର


ମୁଁ କି ଅବା ଭୁଲ କରିଥିଲି

ଭାବି ଜୀବନ ସାଥି ତୁମକୁ

ସ୍ମାର୍ଟ୍ ହୋଇ ପାରିଲିନି ବୋଲି

ଆଜି ସାଥି କରି ନେଲ ଅନ୍ୟ କାହାକୁ


ମୋ ଭଲଗୁଣ ଦେଖି ଭଲ ପାଉଥିଲ

ତୁମେ କହୁଥିଲ ପ୍ରିୟା ପ୍ରତିଦିନ

ଦୂରେଇ ତୁମ ଠୁ କେମିତି ବଞ୍ଚିବି

ଯେମିତି ଜଳ ବିନା ବଞ୍ଚେ ମୀନ


କ୍ଷମା କରି ଦେବ ପ୍ରିୟା ମତେ

ମୁଁ ତ ତୁମ ପାଇଁ ଯୋଗ୍ୟ ନୁହଁ

ଗୁହାରି କରୁଛି ତୁମ ପାଖେ ଆଜି

ମତେ ଦେଖେଇବନି ତୁମ ମୁହଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract