ମନଦେଇ ପାଠପଢ
ମନଦେଇ ପାଠପଢ
ଝୁମ୍ପୁରୁ ଝୁମ୍ପୁରୁ ଝୁମ୍ପୁରୁ ଝାଇଁ
ଟୁନାକୁ ପଛରୁ ଡାକିଲେ ମାଇଁ I
ଚୁନାମାଛ ଭଜା ପଖାଳ ଭାତ
କହିଲେ ଖାଇଦେ ଧୋଇ ତୁ ହାତ I
ହଜିଲା ବଳଦ ମିଳିଲା ହାଟେ
ମନକୁ ଲଗାଅ ଶ୍ରେଣୀର ପାଠେ I
ପାଠପଢି ହେବୁ ଭଲ ମଣିଷ
କହିଲେ ଗୁରୁଜୀ ହୋଇ ହରଷ I
ମନଦେଇ ପାଠ ପଢିବ ଟୁନା
ଭଲଚାଟ ତଳେ ହେଇବ ଗଣା I
ବାପା ବୋଉ ତାର ହୋଇବେ ଖୁସି
ସେଇ କଥା ଟୁନା ଭାବୁଛି ବସି I
ବୁଦାମୂଳେ ଡାକେ ବିଲୁଆ ନନା
ନିଜେ ପରିସ୍କାର ରହିବ ଟୁନା I
ବାଡି ଅଗଣାରେ ଗଛ ଲଗାଇ
ପରିବେଶକୁ ସେ ଦେବ ହସାଇ I
