STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ମନ ଓ ହୃଦୟ

ମନ ଓ ହୃଦୟ

1 min
2.6K


ପଚାରିଲି ଯେବେ   ମନକୁ ମୋହର

କାହିଁକି ଏତେ ଅସ୍ଥିର

ଚଗଲିଆ ମନ   ହସିଦେଇ କହେ

ହୃଦୟ ଦେବ ଉତ୍ତର


ଉତ୍କଣ୍ଠାରେ ଯେବେ   ହୃଦୟକୁ ମୋର

ପଚାରିଲି ସେହି ପ୍ରଶ୍ନ

ହୃଦୟ କହୁଛି   ଅଟ୍ଟହାସ୍ୟ କରି

ହୋଇଅଛି ମତି ଭ୍ରମ


ସମସ୍ତେ କହନ୍ତି   ହୃଦୟ କେବେ ହେଁ

କହି ନାହିଁ ମିଛ କଥା

ସତରେ ଯଦି ମୁଁ  ପାଗଳ ଗୋଟିଏ

ପାଉଛି କେମିତି ବ୍ୟଥା|


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


Rate this content
Log in

Similar oriya poem from Inspirational