STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

ମମତା ବନ୍ଧନ

ମମତା ବନ୍ଧନ

1 min
43


ଆତ୍ମାର ବନ୍ଧନ ସେନେହ ବନ୍ଧନ

ମମତା ବନ୍ଧନ ରାକ୍ଷୀ,

ରକ୍ତର ବନ୍ଧନ ହୃଦୟ ବନ୍ଧନ

ଚିରଦିନ ହେବ ସାକ୍ଷୀ।


ରେଶମୀ ସୂତାର ଅବ୍ୟକ୍ତ ଭାବନା

ଭାଇଭଉଣୀର ସ୍ନେହ,

ମଙ୍ଗଳ ମନାସୀ ଭାଇ ହାତେ ବାନ୍ଧି

କରେ ସୁରକ୍ଷା ବଳୟ।


ଶାନ୍ତି ମୈତ୍ରୀ ପ୍ରୀତି ମମତା ଭାତୃତ୍ଵ

ଭାତୃ ଭଗ୍ନୀର ବନ୍ଧନ,

ଯୁଗଯୁଗ ଯାଏ ପବିତ୍ର ସଂସ୍କୃତି

ଶ୍ରୀମନ୍ଦିରେ ନିଦର୍ଶନ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational