ମଲା କାଠ
ମଲା କାଠ
ଛଡାଇ ଆଣିଥିଲ ତୁମେ
ମୋତେ,
ମୋ ପରିବାରଠୁ
ତୁମ ସ୍ନେହ ଓ ପ୍ରେମର ସ୍ୱପ୍ନରେ ।
ଠିକ କାଠଗଣ୍ଡି ଟିଏ ପରି
ଗଛର ମୁଳରୂ ଆଲଗା କରି,
ଗଢ଼ିବ କାଳେ ମନସା ମୂର୍ତ୍ତିଟିଏ ।
କେତେ ରଙ୍ଗ କେତେ ଭଙ୍ଗୀରେ
କେତେ ଯତନରେ
ଗଢିଲ ତୁମେ
ମୋର ପ୍ରତିମୁର୍ତି
ଠିକ ତୁମ ମନର ମଣିଷ ପରି ।
ସାଇତି ରଖିଥିଲ
ତୁମ ହୃଦୟର ଗହୀରରେ
ମନର ସିଂହାସନରେ ରଖି
ଭରିଦେଇଥିଲ ଆନେକ ଯତ୍ନ ।
କଅଣ ହେଲା
ଆଜି ଅନେକ ସଂଧ୍ୟା ପରେ
ଜୀବନ୍ତ ପ୍ରତିମୂର୍ତ୍ତିଟି
ଘରେ ପଡିଛି
ଧୂଳି ଧୂସରିତ ମଲାକାଠ ପରି......