STORYMIRROR

Subrat Nayak

Tragedy

2  

Subrat Nayak

Tragedy

ହସ୍ତାନ୍ତର

ହସ୍ତାନ୍ତର

1 min
13.9K


ଚାହୁଁ ଥିଲା ନ ଫେରାଇ ନେବାକୁ

ପୁରୁଣା ଚିଠି ଯେତେ,

ଶୁଖିଲା ଗୋଲାପ ଫୁଲକୁ |


ଫେରାଇନିଅ ସେଥିରେ ଥିବା

ସ୍ନେହ, ପ୍ରେମ

ମନ ଅଭିମାନ

ରାଗ ରୁଷା କୋହ ଯେତେ |


ଫେରାଇନିଅ ତୁମ

ଦେହର ଗନ୍ଧକୁ

ବକୁଳ ତମାଳ ଫୁଲ

ହେନା ଚମ୍ପା ତୁମ

ଗଭାର ଗଭାର ବାସକୁ |


ଆପତ୍ତି ନାହୁଁ ଜମା

ନେଇପାର ଯଦି

ନେଇଯାଅ

ମୋ ଛାତି ଚିରି

ତୁମ ପାଇଁ ସାଇତି ରଖିଥିବା

ପ୍ରେମର ସାଗରକୁ |


ଆଖି ତାଡି ନେଇଯାଅ

ତୁମ ରୂପ ପ୍ରତିବିମ୍ବକୁ

ଆସି ଥରେ ପୋଛିଦିଅ

ମୋ ଓ଼ଠୁ

ତୁମ ଓଠର ଲାଲିମାକୁ


ଟୋପା ଟୋପା ରକ୍ତ ସବୁ

କାଢି ଆଣି ଢାଳିଦିଅ

ମୋ ଶିରା ପ୍ରଶିରାରୁ

ପୋଛିଦିଅ

ସେଥିରେ ଥିବା

ତୁମ ନାମ ଚି଼ହ୍ନକୁ 


ଜାଅ ଯଦି ଯାଇପାର

ନିର୍ଦ୍ୱନ୍ଦ୍ୱରେ

ଚିହ୍ନକୁ ଅଚିଂହା କରି

ନେଇକରି

ତୁମ ଆପଣାର ଯେତେ

ସନ୍ତକ ସୁବୁକୁ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy