STORYMIRROR

Subrat Nayak

Others

3  

Subrat Nayak

Others

ଅଫେରା ପଥ

ଅଫେରା ପଥ

1 min
14.1K


ମନଭରି ଦେଖିବାକୁ ମୋତେ,

ଇଚ୍ଛା ହୁଏ ତୁମର

ତଥାପି କାହିଁକି

ଲାଜ ଆଖି ତଳେ ତୁମ

ଭରିଥାଏ ଏତେ ଡର |

ତୁମ ଚୋରା ଚାହାଣିରେ

ଆଖି ଯେବେ ମୋର ମିଶିଯାଏ

ମନ ତଳେ କଥାହେବା

ଇଚ୍ଛା ଯେବେ ହେଉଥାଏ ,

ତଥାପି କାହିଁକି

ଶବ୍ଦ ସବୁ ତୁମ ଓଠ ତଳୁ

ଚୁପ ଚାପି ଫେରି ଯାଏ

ଭଲ ପାଅ ନା

ପସନ୍ଦ କର ମୋତେ

ତାର ଉତ୍ତର ବୋଧେ ତୁମେ ଜାଣନା

ସେଥି ପାଇଁ ମୁଁ

କହୁଛି ତୁମକୁ

ମୋ ପାଦ ଚିହ୍ନେ ପାଦ ମିଶାଇ

ଅଉ ଜମା ତୁମେ ଚାଲନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍