Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita tripathy

Inspirational

4.5  

sasmita tripathy

Inspirational

ମିଠା ମିଠା

ମିଠା ମିଠା

1 min
302


ମିଠା ଲାଗେ ଭାରି ତା ମୂରଲୀ ସ୍ଵନ

ମିଠା ତା ତ୍ରିଭଙ୍ଗୀ ଠାଣି 

ମିଠା ଲାଗେ ରାଧା ଅଣ୍ଟା ଭଙ୍ଗା ଚାଲି 

ଭରିବାକୁ ଗଲେ ପାଣି 


ମିଠା ଲାଗେ ଭାରି ଶିଶିର ଟୋପା ଲୋ 

ମିଠା ଶୀତୁଆ ସକାଳେ 

ମିଠା ଲାଗେ ରବି କଅଁଳ କିରଣ 

ସୂର୍ଯ୍ୟମୁଖୀ ହସୁଥିଲେ 


ମିଠା ଲାଗେ ଭାରି ଛୋଟ ଶିଶୁଟିର 

ହସ କଅଁଳ ଓଠର 

ମିଠା ଲାଗେ ତାର ମାଆ ମାଆ ଡାକ 

ଶୈଶବର ଆଦ୍ୟ ସ୍ୱର 


ମିଠା ଲାଗେ ଭାରି ଶୁଭ୍ର କାଶତଣ୍ଡି 

ପାର୍ବଣରେ ଯେବେ ହସେ 

ମିଠା ଲାଗେ ମୋତେ ଫେରନ୍ତା ନିରଦ 

ନୀଳ ଶରତ ଆକାଶେ 


ମିଠା ଲାଗେ ଭାରି ସିନ୍ଦୂର ଟୋପା ଲୋ 

ସୁହାଗିନୀ ସିମନ୍ତରେ 

ମିଠା ଲାଗେ ପୁଣି ସେ ସିନ୍ଦୂର ଟୋପା 

ବିଜୟୀର ଲଲାଟରେ 


ମିଠା ଲାଗେ ଭାରି ଦୂର ପରବତ 

ସୁଗଭୀର ପାରାବାର

ମିଠା ଲାଗେ ମୋତେ ପାହାନ୍ତି ସୂରୁଜ 

ଗିରି କାନନ କୁଞ୍ଜର 


ମିଠା ଲାଗେ ଭାରି ନବ ବଧୂ ଲାଜ଼ 

ନବ ପ୍ରଣୟ ପୀରତି

ମିଠା ଲାଗେ ମୋତେ ସାଗରେ ସାଇତା 

ଶାମୁକା ଗରଭେ ମୋତି


 ମିଠା ଲାଗେ ଭାରି ମରତ ଭୂଇଁରେ

 ମାତୃଭୂମି ମାତୃଭାଷା

 କାଳିଆର ନେତ ମୋ ବୋଉ ପଣତ

 ମିଠା ତା ପଖାଳ କଂସା


ମିଠା ଲାଗେ ଭାରି ରଜ ଖିଲିପାନ

ମିଠା ଆମ ପୋଡ଼ପିଠା

ମିଠା ଲାଗେ ଆମ୍ବତୋଟା ଦୋଳିଖେଳ

ସାଙ୍ଗ ସାଥିଙ୍କର ଥଟ୍ଟା


ମିଠା ଲାଗେ ଭାରି ଆଦ୍ୟ ଆଷାଢ଼ର 

ପ୍ରଥମ ବରଷା ବିନ୍ଦୁ 

ମିଠାରେ ମିଠାରେ ଘେନ ମୋ ପ୍ରଣତି

ନୀଳାମ୍ବର ନୀଳସିନ୍ଧୁ 

ଆହେ 

ନୀଳାମ୍ବର ନିଳସିନ୍ଧୁ 



Rate this content
Log in

Similar oriya poem from Inspirational