ମୀନକେତନ
ମୀନକେତନ
ତୁମ ଆଭା ଦେଖି ଲାଗେ ତୁମେ ସୂର୍ଯ୍ୟକାନ୍ତି,
ତୁମ ଶୋଭା ଦେଖି ଲାଗେ ତୁମେ ଚନ୍ଦ୍ରକାନ୍ତି,
ତୁମ ପ୍ରଭା ଦେଖି ଲାଗେ ତୁମେ ଦୀପକାନ୍ତି,
ତୁମେ ଭରିଦିଅ ମୋ ଜୀବନରେ ଦିବ୍ୟକାନ୍ତି |୧|
ତୁମ ମୃଦୁହାସ ଲାଗେ କୋଇଲି କୂଜନ,
ତୁମ ମିଠା କଥା ଲାଗେ ବୀଣା ବାଦନ,
ତୁମ ମତ୍ତ ଚାଲି ଲାଗେ ମୟୂରୀ ନର୍ତ୍ତନ,
ତୁମେ ଆଣିଦିଅ ମୋ ପାଇଁ ନବଜୀବନ |୨|
ତୁମ ଲୋଚନ ଲାଗେ ମୀନାକ୍ଷୀ ନୟନ,
ତୁମ କେଶପାଶ ସାଜ ଲାଗେ ନବଘନ,
ତୁମ ମଥା ର ତିଳକ ଲାଗେ ହରିଚନ୍ଦନ,
ତୁମେ କରିଦିଅ ମୋ ଜୀବନକୁ ପାବନ |୩|
ମୁଗ୍ଧ କରିଲା ମୋତେ ତୁମ ଚାଲିଚଳନ,
ସ୍ନିଗ୍ଧ ସମ୍ମୋହନ ଦେଲେଣି ମୀନକେତନ,
ଶୀଘ୍ର ମିଳୁ ମୋ ପ୍ରେମ କୁଜୟ କେତନ,
ଆଶିଷ ପାଇଁ ଯିବା ଶ୍ରୀଜୀଉଙ୍କ ଆୟତନ |୪|